ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମାଡମରା ଘଟଣା :  ହାଇକୋର୍ଟ ଅଗ୍ରାହ୍ୟ କଲେ

Spread the love

ଖୋର୍ଦ୍ଧା : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଳିଗୁଲଜ ଘଟଣା ଓ ମାଡ ମାରିବା ମାମଲାରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏପରିକି ପୂର୍ବପରି ଏହି ମାମଲା ତଳ କୋର୍ଟରେ ବିଚାର ହେବ । ହେଲେ ଉପଯୁକ୍ତ ସମୟରେ ଆବେଦନକାରୀ ହାଇକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି କୋର୍ଟ କହିଛନ୍ତି । ତେବେ ଗତକାଲି ମୁଖ୍ୟ ବିଚାରପତି ଏସ ମୁରଲିଧରନଙ୍କୁ ନେଇ ଗଠିତ ବେଂଚ ଜଗଦ୍ଦେବଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରକାଶ ଥାଉକି ଚିଲିକାରେ ଏକ କାର୍ଯ୍ୟକ୍ରମରେ ବିଜେପି ମଣ୍ଡଳ ସଭାପତି ଏବଂ ବିଧାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏପରକି ମାରପିଟ ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ବିଜେପି ମଣ୍ଡଳ ସଭାପତି ବିଧାୟକଙ୍କ ବିରୋଧରେ ବାଲୁଗାଁ ଥାନାରେ ମାମଲା ଋଜୁ କରିଥିଲେ । ପରେ ବିଧାୟକ ଆଗୁଆ ଜାମିନୀ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ହେଲେ କୋର୍ଟ ତାହାକୁ ଖାରଜ କରି ତଳ କୋର୍ଟରେ ଆତ୍ମସର୍ମପଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେହିପରି ବିଧାୟକ ତଳ କୋର୍ଟରେ ଆତ୍ମସମର୍ପଣ କରି ଜାମିନୀ ପାଇଁ ଆବେଦନ କରିଥିଲେ ମଧ୍ୟ ଜାମିନୀ ଖାରଜ ହୋଇଯାଇ ଥିଲା । ଫଳରେ ସେ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ । ତେବେ ତଳ କୋର୍ଟର ଜାମିନୀ ଖାରଜ ବିରୋଧରେ ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଥିସହିତ ଏହି ମାମଲା ରଦ୍ଦ କରିବା ପାଇଁ ମଧ୍ୟ ପୃଥକ ଆବେଦନ କରିଥିଲେ । ଯାହାକୁ ନେଇ ମାନ୍ୟବର କୋର୍ଟ ଆଗ୍ରହ୍ୟ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *