ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଏସିଏଫଙ୍କ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସମ୍ବଲପୁର ଓ ବରଗଡରେ ଏକକାଳୀନ ୯ ସ୍ଥାନରେ ରେଡ ଚାଲିଛି। ଚଢାଉରେ ୩ ଡିଏସପି, ୧୦ ଜଣ ଇନିପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।ତାଙ୍କ ସରକାରୀ ବାସ ଭବନ, କାର୍ଯ୍ଯାଳୟ, ଅଇଁଠାପାଲି ଘର, ଚର୍ଚ୍ଚ ଛକ ଘର, ଫାର୍ମ ରୋଡ ଆପଟମେଣ୍ଟ, ସମ୍ବଲପୁର ମାଲିପାଲି ଘର ସମେତ ଅନ୍ଯ ସ୍ଥାନରେ ଚାଲିଛି ଚଢାଉ । ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ଅନୁମତି କ୍ରମେ ଚାଲିଛି ଚଢ଼ାଉ । ଅନ୍ୟପଟେ ଏହି ଚଢ଼ାଉକୁ ବେଆଇନ କହିଛନ୍ତି ଏସିଏଫ୍ । ସେ ସବୁ କିଛି ସ୍ବଛ ଭାବେ କିଣିଥିବା କହିଛନ୍ତି। ଶତ୍ରୁମାନେ ତାଙ୍କୁ ଫସାଇ ଦେଇଥିବା ଅଭିଯୋଗ କରିଛ ନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now