ହକି ବିଶ୍ୱକପ ପାଇଁ ବଢୁଛି କ୍ରେଜ

Spread the love

ଓଡିଶାକୁ ପୁଣି ଫେରିଛି ହକି ବିଶ୍ୱକପ । ୨୦୧୮ ପରେ ୨୦୨୩ FIH ହକି ବିଶ୍ୱକପ ଆୟୋଜନ କରିବ ଓଡିଶା । ଏନେଇ ସଜେଇ ହେଉଛି ଓଡ଼ିଶାର ଦୁଇ ପ୍ରମୁଖ କଳିଙ୍ଗ ଓ ବିର୍ଷା ମୁଣ୍ଡା  ଷ୍ଟାଡିଅମ । ଅନ୍ୟପଟେ ବିଶ୍ୱକପ ର ଉଦଘାଟନୀ ଉତ୍ସବ କଟକ ଐତିହାସିକ ବାରବାଟୀ ଷ୍ଟାଡିଅମ ରେ ଅନୁଷ୍ଠିତ ହେବ। ଯାହାକୁ ନେଇ ସବୁ ପସ୍ତୁତି ଜାରି ରହିଛି। 

ଆସନ୍ତା  ୧୩ ଜାନୁଆରୀରେ ଆରମ୍ଭ ହେବ ହକି ମହାକୁମ୍ଭ । ଯାହାକୁ ନେଇ ରାଜ୍ୟର କୋଣ ଅନୁକୋଣରେ ଫ୍ୟାନ୍ସମାନଙ୍କ ମନରେ ବଢ଼ିଲାଣି ହକି ଫିବର।  ତେବେ ଏହି ବିଶ୍ୱକପକୁ ନେଇ ପ୍ରସ୍ତୁତି ଜୋରଦାର ରହିଥିବା କହିଛନ୍ତି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ। ଭୁବନେଶ୍ୱର , ରାଉରକେଲା ସମେତ ରାଜ୍ୟର ସବୁ ଜିଲାରେ  ହକିର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜାରି ରହିଛି ପ୍ରୟାସ। ଏହା ସହ ହକି ପଇଁ ଲୋକମାନଙ୍କ ମଧ୍ୟରେ ଯେଉଁ ଉତ୍ସାହ ଦେଖିବାକୁ ମିଳୁଛି ତାହା ବିଶ୍ୱକପକୁ ସଫଳ କରାଇବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ଦିଲୀପ ତିର୍କୀ। ଅନ୍ୟପଟେ କଳିଙ୍ଗ ଷ୍ଟାଡିଅମ ଓ ବିର୍ଷା ମୁଣ୍ଡା ଷ୍ଟାଡିଅମର ଯୁଦ୍ଧକାଳୀନ ଭିତ୍ତିରେ ସୌନ୍ଦର୍ଯ୍ୟକରଣ କରାଯାଉଛି। ଯାହା ବିଶ୍ୱକପର ଉତକଣ୍ଠା ପରିସର କୁ ଦୁଗୁଣିତ କରିବ ବୋଲି କହିଛନ୍ତି ସେ ମଧ୍ୟ କହିଛନ୍ତି ।

ଅନ୍ୟପଟେ ହକି ବିଶ୍ୱକପର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି। ବିଶ୍ୱ ସ୍ତରୀୟ ବାଲିଯାତ୍ରା ରେ ସଫଳତା ହାସଲ କରିବା ପରେ ଏହି  ଆୟୋଜନ ପାଇଁ କଟକ ଉପରେ ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ତେବେ ଏହି ଆଧାର ରେ ଷ୍ଟାଡିଅମ ର ସୌନ୍ଦର୍ଯ୍ୟକରଣ ବ୍ୟତୀତ ରିଙ୍ଗ ବନ୍ଧ , ସହର ର ପ୍ରମୁଖ ଛକ ଯୋବ୍ରା ଆନିକଟ ବ୍ୟାରେଜକୁ ହକି ଫିଭର ରେ ସଜେଇବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।  ଯାହା ଆଉ ଅଳ୍ପ ଦିନ ମଧ୍ୟରେ ଶେଷ ହେବ ବୋଲି କହିଛନ୍ତି କଟକ ମେୟର ।

ତେବେ ବିଶ୍ୱକପ ହକି କୁ ଆଉ ମାତ୍ର ଗୋଟିଏ ମାସ ବାକି ରହିଥିଲା ବେଳେ ସବୁ ଦିଗରେ ହକି ମାହୋଲ ଏବେଠୁ ବାରି ହୋଇପଡିଲାଣି ।

ଦୀପ୍ତିରଞ୍ଜନ ଶତପଥୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *