କଟକ: କଟକରେ ହକି ବିଶ୍ୱକପର ଉଦଘାଟନୀ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଆଉ ଏହାକୁ ଭବ୍ୟ ଢଙ୍ଗରେ ସ୍ୱାଗତ ଓ ସ୍ମରଣୀୟ କରିବା ଉଦେଶ୍ୟ ରେ ରାଜ୍ୟ ସରକାର ସବୁ ପ୍ରକାରର ପ୍ରୟାସ ଚଳାଇଛନ୍ତି । କଟକ ମହାନଗର ନିଗମ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ହାତକୁ ନେଇଛି। ସହରର ୧୬ ଟି ସ୍ଥାନରେ ଫ୍ୟାନ କ୍ଲବ କରାଯାଉଛି। ଉଦ୍ଘାଟନୀ ସନ୍ଧ୍ୟାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ବଡ ପରଦାରେ ସିଧା ପ୍ରସାରଣ ଜରିଆରେ ଦେଖିବେ ଲୋକେ। ଏଥିପାଇଁ ଦିନରାତି ଚାଲିଛି କାମ। ସେପଟେ ବାରବାଟୀରେ ବଲିଉଡର ନାମିଦାମୀ କଳାକାରଙ୍କ ଜଲବା ଦେଖିବାକୁ ବେଶ ଉତ୍ସାହିତ ଦର୍ଶକ । ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସହରର ସୌନ୍ଦର୍ଯ୍ୟକରଣ କାମ ଠାରୁ ଆରମ୍ଭ କରି ବାରବାଟୀର ପ୍ରସ୍ତୁତି ବି ଶେଷ ହେବ।
ହକି ବିଶ୍ୱକପର ଉଦଘାଟନୀ ସଂଧ୍ୟା ପାଇଁ ସଜେଇ ହେଉଛି ବାରବାଟୀ। ସାଂସ୍କୃତିକ ସନ୍ଧ୍ୟାକୁ ସ୍ମରଣୀୟ କରିବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ। ଉଦଘାଟନୀ ସମାରୋହରେ ୫ ହଜାରରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ବିଭିନ୍ନ ରାଷ୍ଟ୍ରର ଅତିଥିଙ୍କ ସହ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯୋଗ ଦେବେ। କେନ୍ଦ୍ରମନ୍ତ୍ରୀଙ୍କ ସହ ଜାତୀୟ ନେତୃମଣ୍ଡଳୀ ଏବଂ ସମସ୍ତ ବିଧାୟକ ବି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେବେ ସବୁ କିଛିକୁ ନଜରରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ସହ ହକି ବିଶ୍ୱକପ ଉଦଘାଟନୀ ସନ୍ଧ୍ୟାକୁ ଚିର ସ୍ମରଣୀୟ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା କହିଛନ୍ତି କଟକ ମେୟର ସୁବାସ ସିଂ।
ଅପରପକ୍ଷେ ଉଦଘାଟନୀ ଉତ୍ସବରେ ସବୁ ବର୍ଗର ଲୋକଙ୍କୁ ଯୋଡ଼ା ଯିବା ନେଇ ଲକ୍ଷ୍ୟ ରଖାଯାଇଛି। ବିଭିନ୍ନ ସ୍କୁଲ ଓ କ୍ଲବଗୁଡିକୁ ବି ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ଷ୍ଟାଡିୟମରେ ୪୦ ହଜାର ଦର୍ଶକ ଏହି ସମାରୋହରେ ପ୍ରତ୍ୟକ୍ଷ ସାମିଲ ହୋଇପାରିବେ। ଏହାସହ ପାଖାପାଖି ୬ ଲକ୍ଷ ଲୋକେ କିଭଳି ଏହାକୁ ଦେଖିପାରିବେ ସେ ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି। ବାଲିଯାତ୍ରା ଉପର ଓ ତଳ ପଡ଼ିଆ ସମେତ ସହରର ୧୬ ଟି ସ୍ଥାନରେ ଫ୍ୟାନ ପାର୍କର ବ୍ୟବସ୍ଥା କରାଯାଉଛି। ଯେଉଁଠି ଦର୍ଶକ ମାନେ ଉଦଘାଟନୀ ସଂନ୍ଧ୍ୟାର ସିଧା ପ୍ରସାରଣ ଦେଖିପାରିବେ। ପ୍ରତେକ ପାର୍କରେ ୪ ରୁ ୫ ହଜାର ଦର୍ଶକ ବିଶ୍ୱକପର ଆନନ୍ଦ ନେଇପାରିବେ। ସେପଟେ ଏହି ସମାରୋହରେ ରଣବୀର ସିଂ, ଦିଶା ପଠାଣି, ପ୍ରୀତମ ଭଳି ବଲିଉଡ କଳାକାରଙ୍କ ଯୋଗଦେବେ।
୨ୟ ଥର ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ବକପ ଆୟୋଜିତ ହେବ। ଯାହାକୁ ନେଇ କଟକ ପ୍ରଶାସନ ଓ ସହରବାସୀ ବେଶ ଉତ୍ସାହିତ। ଆସନ୍ତା ୩ ରୁ ୪ ଦିନ ମଧ୍ୟରେ ସହରର ସୌନ୍ଦର୍ଯ୍ୟକରଣ କାମ ଠାରୁ ଆରମ୍ଭ କରି ବାରବାଟୀର ପ୍ରସ୍ତୁତି ବି ଶେଷ ହେବ।
ଚିତ୍ତରଞ୍ଜନ ସାମନ୍ତରାୟ
Naxatra News is now on Whatsapp
Join and get latest news update delivered to you via whatsapp
Join Now