ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ କାର୍ଯ୍ୟରତ ମହିଳା ମେଟ୍ରୋନ୍ମାନଙ୍କୁ ସ୍ଥାୟୀ କରିବା ଦାବିରେ ଧାରଣା ଓ ବିକ୍ଷୋଭ

ଭୁବନେଶ୍ୱର : ସମ୍ପ୍ରତି ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ମହିଳା ମେଟ୍ରୋନ୍ମାନେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି, ଅଶୋକନଗର, ଭୁବନେଶ୍ୱରଙ୍କ ନେତୃତ୍ୱରେ ବ୍ୟାନର୍ ଧରି ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଏକ ବିଶାଳ ପଦଯାତ୍ରାରେ ଲୋୟର ପି.ଏମ୍.ଜି.ର ସଭାମଞ୍ଚ ପର୍ଯ୍ୟନ୍ତ ଯାଇଥିଲା । ଏହି ଧାରଣ।। କାର୍ଯ୍ୟକ୍ରମ ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଧାରଣାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶତାଧିକ ମହିଳା ମେଟ୍ରୋନ୍ମାନେ ଯୋଗ ଦେବା ସହ ସହିତ ସମନ୍ୱୟ ସମିତିର କାର୍ଯ୍ୟାଳୟ ସମ୍ପାଦକ କାହ୍ନୁଚରଣ ମଲ୍ଲିକ, ଉପସଭାପତି ଅଶ୍ଳୀଳ ବ୍ରହ୍ମ, ଅଶୋକ ମୁଦୁଲି, ଯୁଗ୍ମ ସମ୍ପାଦକ ମନୋଜ ମଲ୍ଲିକ ଓ ସରୋଜ ନାୟକ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତିର ସଭାପତି, ପ୍ରଶାନ୍ତ କୁମାର ମହାନ୍ତି, ସାଧରଣ ସମ୍ପାଦକ ସୁଜିତ କୁମାର ନାୟକ ଏବଂ ନିଖିଳ ଓଡ଼ିଶା ଲେଡି ମେଟ୍ରୋନ୍ ମହାସଂଘର ବରିଷ୍ଠ ନେତୃତ୍ୱ ମମତା ତରାଇ, ସୁଷମା ମହାନ୍ତ, ପୁଷ୍ପଲତା ମହାନ୍ତ ଓ ଭାରତୀ ମହାନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ ଶାସନ ସଚିବ ଅନୁସୂଚିତ ଜନଜାତି ଓ ଜାତି ବିଭାଗ, ଓଡ଼ିଶାଙ୍କୁ ନଅ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶକ ଶ୍ରୀକାନ୍ତ ତରାଇ ଓ ଯୁଗ୍ମ ନିର୍ଦ୍ଦେଶକ ପ୍ରତିନିଧିଙ୍କ ସହିତ ସମସ୍ତ ୯ ଦଫା ଦାବି ଉପରେ ଆଲୋଚନା କରିଥିଲେ । ଏହି ଆଲୋଚନା ସାକାରାତ୍ମକ ଥିଲା । ଦାବିଗୁଡ଼ିକ ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା । ଦାବି ଗୁଡ଼ିକ ଯଦି ଦୁଇ ମାସ ମଧ୍ୟରେ ପୂରଣ ନହୁଏ ସମନ୍ୱୟ ସମିତି ଲେଡି ମେଟ୍ରୋନ୍ମାନଙ୍କୁ ଧରି ଆନ୍ଦୋଳନକୁ ଓହ୍ଲାଇବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମହିଳା ମେଟ୍ରୋନ ଝରଣା ମହାନ୍ତ, ପୁଷ୍ପଲତା ମହାନ୍ତ, ସନ୍ଧ୍ୟାରାଣୀ ବିଶ୍ୱାଳ, ଭାରତୀ ମହାନ୍ତ ଓ ଅନ୍ୟମାନେ ଉଦ୍ବୋଧନ ଦେଇଥିଲେ । ରଜ୍ୟ ସମନ୍ୱୟ ସମିତିର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମହାନ୍ତି ମହିଳା ମେଟ୍ରୋନମାନଙ୍କର ଦରମା ବୃଦ୍ଧି କରିବା ସହିତ ସେମାନଙ୍କର କାର୍ଯ୍ୟ ସମୟ, କାର୍ଯ୍ୟରତ ଜଣେ କର୍ମଚାରୀ ମୃତ୍ୟୁବରଣ କଲେ ତାଙ୍କ ପରିବାରରୁ ଜଣଙ୍କୁ ନିଯୁକ୍ତି ଦେବା କଥା କହିଥିଲେ । ମ।।ନ୍ୟବର ସୁପ୍ରିମ କୋର୍ଟ ସର୍ବନିମ୍ନ ମଜୁରୀ ନିର୍ଦ୍ଧାଣ କ୍ଷେତ୍ରରେ ଖାଦ୍ୟ, ବସ୍ତ୍ର, ରହିବା ସହିତ ଶ୍ରମିକର ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *