ଆଇଏମଡି ଆକଳନ; ବିଜୁଳି ଓ ଘଡଘଡ ସହିତ ପ୍ରବଳ ବର୍ଷା

Spread the love

ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦେଶର ବିଭିନ୍ନ ଜାଗାରେ ବର୍ଷା ହେବା ନେଇ ଆକଳନ କରାଯାଇଛି । ବିଜୁଳି ଓ ଘଡଘଡ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିଭଳି ରାଜ୍ୟର ମଧ୍ୟ ଅନେକ ଜାଗାରେ ଆଜି ଝିପି ଝିପି ବର୍ଷା ଲାଗି ରହିଥିଲା । ତେବେ ପରେ କିଛି ଅଞ୍ଚଳରେ ଭଲ ବର୍ଷା ହେବା ମଧ୍ୟ ଦେଖା ଦେଇଥିଲା ।
ତେବେ ଆଇଏମଡି ତଥ୍ୟ ଅନୁସାରେ ଜୁନ୍ ପହିଲାରୁ ହିଁ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨୭ ଶତକଡା କମ୍ ବୃଷ୍ଟିପାତ ହୋଇଛି । 304.2 ମିଲିମିଟର ଜାଗାରେ ହୋଇଛି ମାତ୍ର 222.7 ମିଲିମିଟର ବର୍ଷା। କଳାହାଣ୍ଡି ଜିଲ୍ଲା ସ୍ଥିତି ସବୁଠୁ ବେଶି ଖରାପ। ଏଠି ଭୀଷଣ ନିଅଣ୍ଟିଆ ଅର୍ଥାତ 66 ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି। ସେହିପରି 13 ଜିଲ୍ଲା ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର, ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରେ ଅତି ନିଅଣ୍ଟିଆ ସ୍ଥିତି ଅର୍ଥାତ୍ ସ୍ବାଭାବିକ ଠାରୁ ୫୫ରୁ ୪୫% ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। 

Leave a Reply

Your email address will not be published. Required fields are marked *