ତୃତୀୟ ଦିନରେ ମଧ୍ୟ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ଜାରି

Spread the love

ଭୁବନେଶ୍ୱର : ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢାଉ ଲଗାତାର ଜାରୀ ରହିଛି । ବୁଧବାର ଦିନ ପ୍ରଥମେ ଚଢାଉ କରାଯାଇଥିବା ବେଳେ ତୃତୀୟ ଦିନରେ ମଧ୍ୟ ଶୁକ୍ରବାର ଦିନ ଚଢାଉ ଜାରି ରହିଛି ।

ଆୟକର ବିଭାଗର ଅଧିକାରୀମାନେ ଡିଏନ୍ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି । ଡିଏନ୍ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି । ତୃତୀୟ ଦିନରେ ନୟାପଲି ମୁଖ୍ୟ ଅଫିସ ସମେତ ଵିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ତୃତୀୟ ଦିନରେ ଜବତ କାଗଜପତ୍ରକୁ ଛାନଭିନ୍ କରାଯାଉଛି । ସଂସ୍ଥାର କିଛି ଅଧିକାରୀଙ୍କୁ ନେଇ ଅଫିସ ରେ ପଚରାଉଚରା ଚାଲିଛି ।

ମିଳିଥିବା ସୂଚନା ଅନୁସାରେ ସଂସ୍ଥାର ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨0ରୁ ଉର୍ଦ୍ଧ୍ୱ ସ୍ଥାନରେ ଚଢ଼ଉ କରାଯାଇଛି । ପ୍ରଥମ ଦିନ ଚଢାଉ ବେଳେ ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଥିଲା ।

Leave a Reply

Your email address will not be published. Required fields are marked *