ତେଜୁଛି ଆଇନଜୀବୀଙ୍କ ଆନ୍ଦୋଳନ

Spread the love

() ଦିନକୁ ଦିନ ତେଜିବାରେ ଲାଗିଛି ଆଇନଜୀବୀଙ୍କ ଆନ୍ଦୋଳନ । ପଶ୍ଚିମ ଓଡିଶାରୁ ଦକ୍ଷିଣ ଓଡିଶା ଯାଏଁ ସବୁଠି ଦେଖିବାକୁ ମିଳୁଛି ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିକୁ ନେଇ ଆନ୍ଦୋଳନ ଓ ଧାରଣା । ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁରରେ ଏବେ ଆକ୍ସନ ମୋଡରେ ପୁଲିସ ।

ସାରା ରାଜ୍ୟରେ ଏବେ ତେଜିବାରେ ଲାଗିଛି ଆଇନଜୀବୀଙ୍କ ଆନ୍ଦୋଳନ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶାରେ ଦୀର୍ଘ ଦିନ ଧରି ଚାଲିଛି ଆନ୍ଦୋଳନ । ତେବେ କାର୍ଯ୍ୟରେ ଅବହେଳ କରିଲେ ଲାଇସେନ୍ସ ବାତିଲର ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ସୁପ୍ରିମକୋର୍ଟ । ହେଲେ ଏହା ପରେ ମଧ୍ୟ ଜାରି ରହିଥିଲା ଆନ୍ଦୋଳନ । ପୁନର୍ବାର ନିର୍ଦ୍ଦେଶ ପରେ ଏବେ ଆକ୍ସନ ମୋଡରେ ପୁଲିସ । ସମ୍ବଲପୁରରେ ଓକିଲ ଓ ପୋଲିସ ଧସ୍ତାଧସ୍ତି ହୋଇଥିବା ବେଳେ କଚେରୀ ଛକରେ ଓକିଲଙ୍କ ଟେଣ୍ଟ ଉପାଡିଦେଇଛି ପୋଲିସ । ସେପଟେ ଆନ୍ଦୋଳନ ଯୋଗୁଁ ସପ୍ତାହର ପ୍ରତ୍ୟେକ ବୁଧବାର କୋର୍ଟ କଚେରି ସହ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡ଼ିକୁ ବନ୍ଦ କରୁଛନ୍ତି ବିଭିନ୍ନ ସଂଘ। ଅନ୍ୟପଟେ ଦେବଗଡ଼ ଜିଲ୍ଲା ଓକିଲ ସଙ୍ଘ କୋର୍ଟ ବର୍ଜନ କରିବା ସହ କୋର୍ଟ କାର୍ଯ୍ୟାଳୟ ସମ୍ମୁଖରେ  କଳା ବ୍ୟାଜ ପରିଧାନ କରି ବିଭିନ୍ନ ପ୍ଲାକାର୍ଡ ଧରି ଧରଣା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।

ବ୍ରହ୍ମପୁର ଠାରେ ଦକ୍ଷିଣ ଓଡ଼ିଶା ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କୁ ଦାବିରେ  ଦୀର୍ଘ 31 ବର୍ଷ ହେଲାଣି ଆନ୍ଦୋଳନ ଓ ଧାରଣ ଜାରି ରଖିଛି ସଂଘ। ପ୍ରତେକ ମାସ ର ଶେଷ 4ଦିନ ଓକିଲ ସଂଘ ପକ୍ଷରୁ ଧାରଣ ଜାରି ରହିଥିବାବେଳେ, ସୁପ୍ରିମକୋର୍ଟ ଙ୍କ ନିର୍ଦେଶନାମା ପରେ ମଧ୍ୟ ଧାରଣା ଜାରି ରଖିଛନ୍ତି।  ତେବେ ଓକିଲଙ୍କ ଆନ୍ଦୋଳନ ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *