କ୍ୟାପିଟାଲ ହସ୍ପିଟାଲରେ ମିଳୁନି ରାନୀବିଜୁମାବ ଇଂଜେକ୍ସନ

Spread the love

ଭୁବନେଶ୍ବର: ସାଧାରଣ ଓ ଗରିବ ରୋଗୀ ଗୁରୁତ୍ୱପୂର୍ଣ୍ଣ ଚକ୍ଷୁ ଚିକିତ୍ସାରୁ ହେଉଛନ୍ତି ବଞ୍ଚିତ । ଚକ୍ଷୁ ପଟ୍ଟଳ ରେ ପାଣି ଓ ରକ୍ତ ଜମାଟ ବାନ୍ଧି ଥାଏ। ତେବେ ଏହି ରୋଗର ଚିକିତ୍ସା ପାଇଁ ରୋଗୀଙ୍କୁ ବିଶେଷ ଭାବରେ ରାନୀବିଜୁମାବ’ ର ଇଞ୍ଜେକ୍ସନ ଦେବାକୁ ପଡିଥାଏ। ଯାହାର ବଜାର ମୂଲ୍ୟ ୩୦-୪୦ ହଜାର ଟଙ୍କା l ଏହି ଇଞ୍ଜେକ୍ସନ ମାଗଣାରେ ଯୋଗାଇଦେବାକୁ ପୂର୍ବରୁ ନିଷ୍ପତି ହୋଇଥିଲେ ବି ଏବେ ତାହା ମିଳିପାରୁନାହିଁ, ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ l

ଚିନ୍ତାରେ ଚକ୍ଷୁରୋଗରେ ପୀଡିତ ରୋଗୀ l ମିଳୁନି ରାନୀବିଜୁମାବ ଇଂଜେକ୍ସନ l ସଠିକ ସମୟରେ ଚିକିତ୍ସା ନ ହେଲେ ରୋଗୀ ହୋଇପାରନ୍ତି ଦୃଷ୍ଟିହୀନ..! ଚକ୍ଷୁ ପଟ୍ଟଳରେ ପାଣି ଓ ରକ୍ତ ଜମାଟ ବାନ୍ଧି ଥିଲେ, ଚିକିତ୍ସା ପାଇଁ ଦରକାର ପଡେ ରାନୀବିଜୁମାବ ଇଞ୍ଜେକ୍ସନ । ଯାହାକୁ ମାଗଣାରେ ଯୋଗାଇଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ଏହି ଇଞ୍ଜେକ୍ସନ ମାର୍କେଟ ବା ମେଡିକାଲରେ ମିଳୁନାହିଁ l ଯେଉଁଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ l ଏହାର ବଜାର ମୂଲ୍ୟ ଗୋଟିକୁ ପାଖାପାଖି  ୩୦ ରୁ ୪୦ ହଜାର ଟଙ୍କା । କୋଭିଡ ସମୟ ଠୁ ଆଜି ପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ଗତ ୨ବର୍ଷ ହେଲା ଏହି ଇଞ୍ଜେକ୍ସନ ଦିଆଯାଉନାହି। ଯାହା ଫଳରେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଦିଗରେ ସରକାର ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ରୋଗୀ l

ରାନୀବିଜୁମାବ ଇଞ୍ଜେକ୍ସନ ବହୁତ ଗୁରୁତ୍ୱପୂର୍ଣ୍ଣ l ଏହା ଦ୍ଵାରା ଜଣେ ଲୋକ ଦେଖିପାରିବ। ପୂର୍ବରୁ ଏହି ଇଞ୍ଜେକ୍ସନ ଦିଆଯାଉଥିଲା। ଏବେ ଯେହେତୁ ମହଜୁଦ ନାହିଂ ତେବେ ଏହାକୁ ଏବେ କୌଣସି ରୋଗୀଙ୍କୁ ଦିଆଯାଉନାହି। ଏହା ବହୁତ ମୂଲ୍ଯବାନ ଇଞ୍ଜେକ୍ସନ ଅଟେ। ତେଣୁ ବାହାରୁ କିଣିବା କଷ୍ଟକର । ପୂର୍ବରୁ ଏହା ମାଗଣାରେ ଦିଆଯାଉଥିଲା। କୌଣସି କାରଣରୁ ଏହା ବନ୍ଦ ରହିଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ଚକ୍ଷୁ ବିଭାଗର ମୁଖ୍ୟ । ସେପଟେ  କ୍ୟାପିଟାଲ ହସ୍ପିଟାଲ ର ଅଧିକ୍ଷକ ଦିଲୀପ କୁମାର ପଣ୍ଡାଙ୍କ ପ୍ରତିକ୍ରିୟା , ବର୍ତ୍ତମାନ ଏହି ଇଞ୍ଜେକ୍ସନ ନାହିଂ। ଏହାକୁ ନେଇ ଆମେ ବିଭାଗକୁ ଜଣାଇଛୁ। ଖୁବ ଶୀଘ୍ର ଆସିବା ବୋଲି ଆଶା।

ଦିନକୁ ଦିନ ଚକ୍ଷୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଇଞ୍ଜେକ୍ସନ ନ ମିଳିବା ଏକ ପ୍ରତିକୂଳ ପରିସ୍ଥିତି ସହ ସମାନ l ତେଣୁ ଏହି ଦିଗରେ ସରକାର ଦୃଷ୍ଟି ଦେଇ ଏହାର ସ୍ଥାୟୀ ପ୍ରତିକାର କରିବା ନିହାତି ଜରୁରୀ l

ସିମ୍ପୁଲ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *