ଶିଖରଚଣ୍ଡୀ ପାହାଡ଼ ନଷ୍ଟ ଓ ଗଛ କଟା ମାମଲାରେ ରିପୋର୍ଟ ଦାଖଲ କଲା ତଦନ୍ତ କମିଟି

Spread the love

ଭୁବନେଶ୍ୱର : ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ ନଷ୍ଟ ଏବଂ ବେଆଇନ୍ ଗଛକଟା ମାମଲାରେ ତଦନ୍ତ ପାଇଁ ଏନଜିଟିଙ୍କ ଦ୍ୱାରା ଗଠିତ କମିଟି ରିପୋର୍ଟ ଦାଖଲ କରିଛି । ଡିଏଫଓଙ୍କ ବିନା ଅନୁମତିରେ ୱାଟ୍କୋ ଗଛ କାଟିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେହିପରି ୱାଟ୍କୋ ପାଇଁ ୩ ଏକର ଜମି ଦରକାର ଥିବାବେଳେ ଇଡ୍କୋ ୪ ଏକର ଦେଇଛି । ୩ ଏକର ଜମିରେ ପ୍ରକଳ୍ପ, ଏକ ଏକର ଜମିରେ ବନୀକରଣ ପାଇଁ ସୁପାରିସ୍ ହୋଇଛି । ନିୟମ ଉଲ୍ଲଙ୍ଘନ ସତ୍ୱେ ପ୍ରକଳ୍ପ ପାଇଁ ଅନୁମତି କିଭଳି ମିଳିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *