IPS ସ୍ତରରେ ହେଲା ବଡ ଧରଣର ଅଦଳ ବଦଳ

IPS ସ୍ତରରେ ହେଲା ବଡ ଧରଣର ଅଦଳ ବଦଳ । IPS ସ୍ତରରେ ବଡ଼ ଅଦଳ ବଦଳ କଲେ ରାଜ୍ୟ ସରକାର । ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ । ସୁରେଶ ଦେବଦତ୍ତ ସିଂ ହେଲେ କଟକ-ଭୁବନେଶ୍ୱରର ନୂଆ କମିଶନର . ବଦଳିଲେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକୀକରଣ ଦାୟିତ୍ୱ । ଆର୍‌ପି କୋଚେ ହେଲେ ନୂଆ ଗୁଇନ୍ଦା ନିର୍ଦ୍ଦେଶକ । ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ବଦଳିଲେ । ସନ୍ତୋଷ ବାଲାଙ୍କୁ SCRB ଓ SFSL ନିର୍ଦ୍ଦେଶକ ଦାୟିତ୍ୱ । ବଦଳିଲେ ଗୃହ ବିଭାଗ OSD ଏସ୍.ଏମ୍ ନରୱାଣେ । ଏସ୍.ଏମ୍ ନରୱାଣେଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଓ ପବ୍ଲିକେସନ ନିର୍ଦ୍ଦେଶକ ଦାୟିତ୍ୱ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *