ଯାଜପୁରରେ ଏକାଠି ହେଲେ ବିଜେଡି ନେତା। ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନକୁ ଆଉ ବରଦାସ୍ତ କରାଯିବନି। ତା ସହ ଲଘୁଖଣିଜ ସମ୍ପଦ ଲୁଟ୍ ରୋକିବା ନେଇ ପ୍ରଶାସନ ଠୋସ୍ ପଦକ୍ଷେପ ନ ନେଲେ ପରିସ୍ଥିତି ଭୟାବହ ହେବ। ଏମିତିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଲାଣି। ଜିଲ୍ଲା ସଦର ମହକୁମାରେ ବିଜେଡିର ସମସ୍ତ ବିଧାୟକ, ପୂର୍ବତନ ବିଧାୟକ ଓ ପୂର୍ବତନ ସାଂସଦ ଏକାଠି ହୋଇ ଏହି ମର୍ମରେ ଜିଲ୍ଲାପାଳଙ୍କୁ ୭ଦଫା ଦାବିପତ୍ର ଦେଇ ସମସ୍ୟାର ସମାଧାନ ଲାଗି ୧୫ ଦିନର ମହଲତ ଦେଇଛନ୍ତି। ସମାଧାନ ନହେଲେ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାଇ ଦେଇଛନ୍ତି। ପ୍ରଶାସନର ଭୂମିକାକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଏହି ପ୍ରତିନିଧି ଦଳରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ବିଧାୟିକା ସୁଜାତା ସାହୁ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ବରୀ ବିଧାୟକ ବିଶ୍ଵରଞ୍ଜନ ମଲ୍ଲିକ, ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ସୁକିନ୍ଦାର ପୂର୍ବତନ ବିଧାୟକ ପ୍ରୀତିରଞ୍ଜନ ଘଡ଼େଇ ପ୍ରମୁଖ ସାମିଲ ଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now