ଆସନ୍ତାକାଲି ବିଜେପିର ପ୍ରତିଷ୍ଠା ଦିବସ । କାଲିଠୁ ଦୁଇଦିନ ଧରି ପ୍ରତିଷ୍ଠା ଦିବସ ପାଳିବ ରାଜ୍ୟ ବିଜେପି । କାଲି ଶ୍ରୀରାମ ନବମୀ ଥିବାରୁ ଏଥର ଦୁଇ ଦିନ ପ୍ରତିଷ୍ଠା ଦିବସ ପାଳନ କରିବ ଦଳ । ବୁଥ ସ୍ତରରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବ । ପ୍ରତି କାର୍ଯ୍ୟକର୍ତ୍ତା ନିଜ ନିଜ ଘରେ ଦଳୀୟ ପତକା ଉଡାଇବେ। ବୁଥ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ । ସଦସ୍ୟ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣି ବୈଠକରେ ଏକାଠି ବସି ଖାଇବେ । ଦଳୀୟ କାର୍ଯ୍ୟକ୍ରମ ଆଲୋଚନା ହେବ, ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ । ଯେଉଁ ମାନେ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ, ସେମାନେ ୭ ତାରିଖରେ ପାଳନ କରିବେ । ସେହିପରି କାଲି ଠାରୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନ ସଂପର୍କ କାର୍ଯ୍ୟକ୍ରମ ହେବ । କାର୍ଯ୍ୟକର୍ତ୍ତା ମାନେ ଘର ଘର ଯାଇ ଜନସଂପର୍କ କରିବେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now