ମା ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ବ

Spread the love

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ। ଗତକାଲି ଅପରାହ୍ନରେ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତ ହୋଇଛି। ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ଯଥା ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା। ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମାଆଙ୍କ ବିଜେପ୍ରତିମା କୁ ଲାଖବିନ୍ଧା ପଡିଆକୁ ନିଆଯାଇ ସେଠାରେ ପୂଜାର୍ଚ୍ଚନା ହେବା ପରେ ସମାଜରୁ ପାପ ନାଶ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମାଙ୍କ ବିଜେପ୍ରତିମାକୁ ଅଣାଯାଇ ମନ୍ଦିର ପ୍ରବେଶ କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ଆଜି ମାଙ୍କ ବିଜୟା ଦଶମୀ ପାଳିତ ହେବ।

Leave a Reply

Your email address will not be published. Required fields are marked *