ଯାଜପୁର ୦୨/୨୫: ବିଂଝାରପୁର ବ୍ଲକ ଚିକଣାରେ ପଞ୍ଚାୟତ ମଣିତାପୁର ଗ୍ରାମରେ ଥିବା ସନ୍ତୋଷୀ ମା’ ମନ୍ଦିରର ଆଜି ଦ୍ୱିତୀୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ କଳସ ଯାତ୍ରା, ଘଟ ନିମର୍ଜନ ହେବା ସହିତ ଖରସ୍ରାତା ନଦୀରୁ ଜଳ ଆଣି ଶହ ଶହ ମହିଳା ସନ୍ତୋଷୀ ମା’ ମନ୍ଦିରକୁ ଆସିଥିଲେ। ପରେ ସୂର୍ଯ୍ୟପୂଜା, ଗୋପୂଜା,ସଂକଳ୍ପ, ବରଣ,ମଣ୍ଡଳପୂଜା, ଉପଚାର ପୂଜା ପରେ ନୀତିକାନ୍ତି ଅନୁସାରେ ପୁଜାକାର୍ଯ୍ୟ ଆରମ୍ଭ ହୋଇଛି। ଅପରାହ୍ନରୁ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ଏହା ତିନିଦିନ ଯାଏ ଚାଲିବ। ଏହି ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ସ୍ଥାନୀୟ ଗ୍ରାମର ଶିଳ୍ପପତି ସ୍ୱାମୀ କ୍ଷେତ୍ରବାସୀ ଲେଙ୍କା ନିଜ ପତ୍ନୀ ଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ଏହି ମନ୍ଦିର ନିର୍ମାଣ କରିଥିଲେ। ଏହାକୁ ନେଇ ଗତବର୍ଷ ବେଶ୍ ଚର୍ଚ୍ଚା ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now