ଧର୍ମଶାଳା : ଯାଜପୁର ଜିଲ୍ଲାରେ ଗତକାଲି ସକାଳୁ ସକାଳ୧୬ ନଂ ଜାତୀୟ ରାଜପଥରେ ଅଘଟଣା ଘଟିଥିଲା । ରସୁଲପୁର ବ୍ଲକ କୁଆଖିଆ ନିକଟରେ ଜାତୀୟ ରାଜପଥରେ ଥିବା ସେତୁ ୧୦ ଫୁଟ ତଳକୁ ଭୁଷୁଡି ଯାଇଛି । ଏଭଳି ଘଟଣା ଘଟିବା ପରେ ଭୁବନେଶ୍ୱର-ବାଲେଶ୍ୱର ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଛି । ରସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଗାଡି ଅଟକି ରହିଥିବା ବେଳେ ଏଭଳି ଘଟଣାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶହଶହ ଲୋକଙ୍କ ଭିଡ ଜମି ଥିବା ଦେଖିବାକୁ ମିଳିଛି । କୁଆଖିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ଉଭୟ ପାଶ୍ୱର୍କୁ ସିଲ କରି ଦେଇଥିବା ବେଳେ ଅନ୍ୟ ପଟ ରାସ୍ତାରେ ଗାଡି ଛାଡି ଦିଆଯାଇଥିବା ଜଣାପଡିଛି । ଘଟଣଶସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରିଥିବା ଜଣାପଡିଛି । ତେବେ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରୀୟା ଶୁଣିବାକୁ ମିଳୁଛି । ଏହି ଘଟଣାରେ କାହାରି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ହେଲେ ସେତୁ ଦବିବା ପୂର୍ବରୁ ଗୋଟିଏ ଘରୋଇ ବସ ଓ ଗୋଟଏି କଂଟେନର ଏହା ଉପରେ ଯିବା ପରେ ସେତୁ ଦବି ଯାଇଥିଲା ।
ଏହି ଜାତୀୟ ରାଜପଥ ସମ୍ପ୍ରସାରଣ ୨୦୦୭-୮ ମସିହାରେ ହୋଇଥିଲା । ଗୋମନ ଇଣ୍ଡିଆକୁ ଏହାର କାର୍ଯ୍ୟ ଦାୟିତ୍ୱ ଦିଆଯାଇଥିଲା । ନିର୍ମାଣ ସମୟରେ ଏହି କୁଆଖିଆ ନିକଟରେ ଏକ ସେତୁ ନିର୍ମାଣ କରାଯାଇଥିଲା । ସେତୁ ଭୁଷୁଡିବା ପରେ ଏହାର ସ୍ଥାୟୀତ୍ୱ ଓ ବିଭାଗୀୟ ଅଧିକାରୀଙ୍କ ସ୍ଥାୟୀ ରକ୍ଷଣାବେକ୍ଷଣକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସେତୁର ସ୍ଥାୟୀତ୍ୱ ୫୦ ବର୍ଷରୁ ଉର୍ଦ୍ଧ ହୋଇଥିବା ନେଇ ବିଭାଗୀୟ ଅଧିକାରୀ ଆଜି ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । କେଉଁ ପରିସ୍ଥିତିରେ କେଉଁ କାରଣରୁ ସେତୁ ଭୁଷୁଡିଲା ତାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଘଟଣାସ୍ଥଳରେ ପଂହଚି ଘଟଣାର ଅନୁଧ୍ୟାନ କରିଥିଲେ । ଏକ ରିଭ୍ୟୁ ମିଟିଙ୍ଗ ଡକା ଯିବା ସହିତ ଘଟଣା ଉପରେ ଆଲୋଚନା କରାଯିବ । ଜାତୀୟ ରାଜପଥ ଅଧିକାରୀଙ୍କ ସ୍ଥାୟୀ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ଘଟଣା ଘଟିଲା । ହୁଏତ ନିର୍ମାଣ ସମୟରେ ଥିବା ତୃଟି କାରଣରୁ ଏଭଳି ଘଟଣା ଘଟିଥିବା ଶ୍ରୀମତି ସେଠୀ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଥିଲେ । ସେପଟେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସେତୁ ନିର୍ମାଣ ସମୟରେ କାମ ଅତି ନିମ୍ନମାନ ହୋଇଥିବା ନେଇ ସେତବେଳେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏହି କଥାକୁ ଗୁରୁତ୍ୱ ଦେଇ ନଥିଲେ । ଫଳରେ ଆଜି ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି । ଏବଂ ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତର ଅବାଶ୍ୟକତା ରହିଛଇ । କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now