ଇପିଏଫ ପେନସନର୍ସ ଆସୋସିଏସନ୍ କୋରାପୁଟ ଜିଲ୍ଲା ବୈଠକ

Spread the love

ଜୟପୁର : ଆଜି ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନ ଠାରେ ଇପିଏଫ ପେନସନର୍ସ ଆସୋସିଏସନ୍ ର ସାଧାରଣ ବୈଠକ ସଭାପତି ଶ୍ରୀ ନଳିନୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ରେ ଇପିଏଫ ଅଫିସ୍ ରୁ ଆସିଥିବା ଚିଠି ଯେଉଁଥିରେ ଉଚ୍ଚ ହାରରେ ପେନସନ ପାଇବା ପାଇଁ ଆଉ ୧.୧୬ % ଟଙ୍କା ପେନସନ ଫଣ୍ଡ୍ ରେ ବାନ୍ଧିବା ପାଇଁ ଆସିଥିବା ସର୍କୁଲାର୍ ବିଷୟରେ ଆଲୋଚନା କରାଯାଇଥିଲା । ଏହି ଅଧିକ ଟଙ୍କା ପେନସନ ଫଣ୍ଡ୍ ରେ ବାନ୍ଧିବା ପରେ କେତେ ପେନସନ ମିଳିବ ସେ ବିଷୟରେ ଜାଣିବା ପାଇଁ କେନ୍ଦ୍ର କୁ ଚିଠି ଲେଖାଯିବ । ଆସନ୍ତା ମାସରେ କୋରାପୁଟ ଜିଲ୍ଲା କମିଟି ର ସାଧାରଣ ବୈଠକ ଅନୁଷ୍ଠିତ ହେବ । ପ୍ରୋଭିଡେଂଟ ଫଣ୍ଡ୍ ଏବଂ ପେନସନ ବିଷୟରେ ଶୁଣିବା ଓ ସମସ୍ୟା ସମାଧାନ ପାଇଁ ଆସନ୍ତା ୨୭ ତାରିଖରେ ଇପିଏଫ ଅଧିକାରୀ ମାନେ ଜୟପୁର ନିକଟସ୍ଥ ବାରେଣୀପୁଟ କୁ ଆସୁଛନ୍ତି ଏଣୁ ସେଦିନ ସେଠାରେ ତାଙ୍କୁ ମିଶିବା ସହ ସେବା କାଗଜ କଳ ର ପ୍ରୋଭିଡେଣ୍ଟ୍ ଫଣ୍ଡ୍ ଟ୍ରଷ୍ଟ ରୁ ବ୍ରହ୍ମପୁର ଆଂଚଳିକ ପିଏଫ୍ କମିଶନ ଅଫିସ୍ କୁ ସ୍ଥାନାନ୍ତର ବିଷୟରେ ବୁଝିବା ପାଇଁ ସ୍ଥିର କରାଯାଇଛି । ବୈଠକ ରେ କର୍ଣ୍ଣାଟକ ନିର୍ବାଚନ ରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ନେତୃତ୍ୱରେ ହାରିବା ପରେ କେନ୍ଦ୍ର ସରକାର ଇପିଏଫ ପେନସନଧାରୀ ମାନଙ୍କ ସମସ୍ୟା ନିଶ୍ଚୟ ବୁଝିବାକୁ ବାଧ୍ୟ ହେବ । ଅନେକ ରାଜ୍ୟରେ ବାର୍ଦ୍ଧକ୍ୟ ଭତା ମାସିକ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଦିଆଯାଉଥିଲା ବେଳେ ପି ଏଫ୍ ପାଣ୍ଠି କୁ ଯୋଗଦାନ ଦେଉଥିବା ଶ୍ରମିକ କର୍ମଚାରୀ ମାନଙ୍କୁ ମାସିକ ୯୦୦୦ ଟଙ୍କା କାହିଁକି ଦିଆଯିବ ନାହିଁ ବୋଲି ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ପ୍ରଶ୍ନ କରିଥିଲେ ।ଏଣୁ ଆନ୍ଦୋଳନ କୁ ଜୋର୍ ଦାର୍ କରିବା ପାଇଁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସଂଗଠିତ କାର୍ଯ୍ୟକ୍ରମ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । ଆଜି ର ବୈଠକରେ ନୂତନ ଭାବେ ଶ୍ରୀ ଉମାକାନ୍ତ ରଥ ଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଦୁର୍ଗା ପ୍ରସାଦ ଦାଶ , ଏନ୍ ଶ୍ରୀରାମ ମୁର୍ତି,ସିଦ୍ଦି ଗଣେଶ, କ୍ରିଷ୍ଣା ରାଓ,ବୈଜୟନ୍ତୀ ପଣ୍ଡା, କିଶୋର ପଣ୍ଡା ପ୍ରମୁଖ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *