ଧର୍ମଶାଳା : ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀସ୍ଥିତ ଚିତ୍ରକୂଳ ଗ୍ରାମରେ ଏକ ଅଘଟଣ ଘଟିଛି । ବେକରେ ରଶି ଲଗାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଏହି ଚିତ୍ରକୂଳ ଗ୍ରାମର କୈଳାସ କୁଣ୍ଡୁଙ୍କ ପୁଅ ଶିବଶଙ୍କର(୨୨) ବୋଲି ଜଣାପଡିଛି । ଖବର ପାଇ ଧର୍ମଶାଳା ପୋଲିସ ଚିତ୍ରକୂଳ ଗ୍ରାମରେ ପଂହଚି ଶବ ଜବତ କରିବା ଶବ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ମୃତ ଦେହକୁ ବ୍ୟବଚ୍ଛେଦ ନିମନ୍ତେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛି । ତେବେ ଏଭଳି ଘଟଣାକୁ ନେଇ ବିଭିନ୍ନ ମହଲରୁ ମୃତ୍ୟୁ ଘଟଣା ସନ୍ଦେହ ପ୍ରକାଶ ପାଇଛି । ଶବ ନିକଟରେ ୩ରୁ୪ ଜଣଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ସାଂଗ ହୋଇ ଖାଇ ସାରିବା ପରେ କେହି ତାଙ୍କୁ ମାରି ଟାଙ୍ଗି ଦେଇଥିବା ସନ୍ଦେହ ପ୍ରକାଶ ପାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ କାରଣ ଜଣା ପଡିବ ବୋଲି ଧର୍ମଶାଳା ପୋଲିସ କହିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now