ସରସଦାରେ ରାତି ୧୨ଟାରେ ପହଞ୍ଚିଲେ ତହସିଲଦାର, ହାଇୱା ଜବତ, ଘାଟ ବନ୍ଦ

Spread the love

କୋରେଇ : ପାଣିକୋଇଲି ଥାନା ଅନ୍ତର୍ଗତ ମୂଳାପାଳ ପଞ୍ଚାୟତର ଶାଳବା ବାଲିଘାଟରୁ ଆସୁଥବା ବାଲି ଗାଡିକୁ ନେଇ ସରସଦା ଗ୍ରାମବାସୀ ମାନେ  ଦୁଇଗୋଷ୍ଠା ମୁହାଁ ମୁହିଁ ହେବା ପରେ ରାତି ୧୨ଟାରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝୀ ପୁଲିସ ସହିତ ପହଞ୍ଚି ଗୋଟିଏ ୧୨ ଚକିଆ ହାଇୱାକୁ ଜବତ କରିଛନ୍ତି । ଏଥି ସହିତ ରାଜସ୍ୱ ନିରୀକ୍ଷକ ଓ ପୁଲିସ ଦ୍ୱାରା ସଠିପୁର ଓ ବ୍ରଜନଗର ନିକଟରେ ଦୁଇଟି ସ୍ଥାନରେ ପ୍ରତ୍ୟେକ ବାଲି ଗାଡିକୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୱାଇ ଫର୍ମ ଓ ଭାରୀଯାନ ଗୁଡିକୁ ଯାଞ୍ଚ କରିବା ପରେ ଗାଡି ଛଡାଯିବ ବୋଲି ଆନ୍ଦୋଳନକାରୀକୁ କହିବା ପରେ ସେମାନେ ଘରକୁ ଫେରିଛନ୍ତି । ପାଣିକୋଇଲି ପୁଲିସ ଜବତ ୧୨ ଚକିଆ ହାଇୱା (ଓଡି୦୧ଏଆର ୧୭୨୩)କୁ ନିଜ ହେପାଜତକୁ ନେଇଛି । ନକଲି ୱାଇ ଫର୍ମ ଓ ଭାରୀଯାନ ଚଳାଚଳ ନକରିବାକୁ ଦାବି କରାଯାଇଥିଲା । ଫଳରେ ତହସିଲଦାରଙ୍କ ପଦକ୍ଷେପ ଯୋଗୁ  ଆଜି ବାଲି ଉଠାଣ ବନ୍ଦ ରହିଛି ।

Leave a Reply

Your email address will not be published. Required fields are marked *