ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା କାର, ୩ ଜଣ ଗୁରୁତର

Spread the love

ଧର୍ମଶାଳା : ଯାଜପୁର ଜିଲା ପାରାଦୀପ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ଧର୍ମଶାଳା ଥାନା ଅନ୍ତର୍ଗତ ଭଡଙ୍ଗା ଝାଟିଆପଡା ନିକଟରେ ଆଜି ସକାଳ ସମୟରେ ଏକ କାର ବ୍ରିଜ ଉପରୁ ଭାରସାମ୍ୟ ହରାଇ କୁଆରିଆଁ ନାଳରେ ଖସିପଡିଛି । ଫଳରେ କାର ଭିତରେ ଥିବା ତିନି ଜଣ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ଚଣ୍ଡିଖୋଲ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ସୂଚନା ମୁତାବକ ଆଜି ସକାଳ ସମୟରେ ଏକ କାର ଡୁବରୀରୁ କଟକ ଅଭିମୁଖେ ଆସୁଥିବା ସମୟରେ କାରଟି ଭାରସାମ୍ୟ ହରାଇ ଭଡଙ୍ଗା ନିକଟରେ ଥିବା ଏକ ବ୍ରିିଜ ଉପରୁ ତଳକୁ ଖସି ପଡିଥିଲା । ତେବେ ତଳେ ଥିବା ଏକ ନାଳରେ ପଡିଥିଲା । ଖବର ପାଇ ଚଣ୍ଡିଖୋଲ ଅଗ୍ନୀଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ତିନି ଜଣଙ୍କୁ ଉଦ୍ଧାର କରି ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲା । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଥିଲା । ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ତଦନ୍ତ ଜାରି ରଖିଛି । ୫୩ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ବ୍ରିଜଟି ପୁରୁଣା ହେବା ସହ ସାଇଡ ରେଲିଙ୍ଗ ନ ଥିବାରୁ କାରଟି ବ୍ରିଜ ତଳକୁ ଖସି ପଡିଥିବା ଜଣାପଡିଛି । ଅନ୍ୟପଟେ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ବିଳମ୍ବ ହେବାରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖିବାକୁ ମିଳୁଛି ।

Leave a Reply

Your email address will not be published. Required fields are marked *