ଟଳିଗଲା ବଡଧରଣର ବିପଦ,ରାସ୍ତାରେ ଜଳିଲା ଟ୍ରକ

Spread the love

କୋରେଇ : ୧୬ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଛକରେ ଏକ ଚାଉଳ ବୋଝେଇ ଟ୍ରକରେ ସଟସର୍କିଟ ଯୋଗୁ ଇଞ୍ଜିନରେ ନିଆଁ ଲାଗି ଗାଡିଟିର ସମୂଖ ଭାଗ ଜଳିଯାଇଛି । ସୂଚନାନୁଯାୟୀ ଗତକାଲି ମଧ୍ୟାହ୍ନ ସମୟରେ ଉକ୍ତ ଟ୍ରକଟି ଯାହାର ନମ୍ବର(ଓଆର ୦୯କେ୪୪୨୨)ଯୋଗେ ସ୍ଥାନୀୟ ଧନପୁର ସ୍ଥିତ ଆଶିର୍ବାଦ ରାଇସମିଲରୁ ଚାଉଳ ଲୋଡ କରି ବିପରୀତ ରାସ୍ତାରେ ନିକଟସ୍ଥ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଚାଉଳ ଡିପୁକୁ ଆସୁଥିଲା । ଗାଡିର ମାଲିକ ଭାଗ୍ୟଧର ରାୟଙ୍କ କହିବା କଥା କୌଣସି କାରଣ ବଶତଃ ଗାଡିର ଇଞ୍ଜିନରୁ ସର୍ଟସର୍କିଟ ଦ୍ୱାରା ଗାଡିର ଆଗଭାଗ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଫଳରେ ଗାଡିର ଚାଳକ ଭୟଭୀତ ହୋଇ ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଗାଡିରୁ ତତ୍କାଳୀନ ଓଲ୍ହାଇ ପଡ଼ି ଏକ ବଡ ଅଘଟଣରୁ ଚାଳକ ଅଳ୍ପକେ ବର୍ତିଯାଇଥିଲେ ।

ଗାଡ଼ିରେ ନିଆଁ ଲାଗିବା ଦେଖି ସ୍ଥାନୀୟ ଦୋକାନୀ ମାନେ ପାଖରେ ଥିବା ଏକ ଫାଷ୍ଟଫୁଡ ଦୋକାନରୁ ପାଣି ଆଣି ବାଲ୍ଟି ସାହାଯ୍ୟରେ ଫୋଫାଡ଼ିଥିଲେ । ଗାଡ଼ିରେ ଲାଗିଥିବା ନିଆଁକୁ ମଧ୍ୟ ଆୟତ କରିଥିଲେ ।ସେତବେଳକୁ ଗାଡିର ଆଗ ଭାଗ ସମ୍ପୂର୍ଣ୍ଣ ଜଳିଯାଇଥିଲା । ଭଗବାନ ଙ୍କ କୃପାରୁ ନିଆଁଟି ପଛ ଡାଲାକୁ ବ୍ୟାପି ନଥିଲା ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଲକ୍ଷାଧିକ ଟଙ୍କାର ଚାଉଳ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହୋଇଯାଇଛି।। ଖବର ପାଇ ପାଣିକୋଇଲି ଥାନା ପୁଲିସ ଅଧିକାରୀ ଅଶୋକ ବଳ ଓ ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ପହଞ୍ଚି ପାଣି ଢାଳି ନିଆକୁ ଆୟତ୍ତ କରିଥିଲେ । ଏନେଇ ପାଣିକୋଇଲି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *