ଗଛରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

Spread the love

ଧର୍ମଶାଳା : ଶୁକ୍ରବାର ସକାଳୁ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପାଇଁ ଏଠାରେ ଶହ ଶହ ଲୋକେ ଭିଡ ଜମାଇଥିଲେ । ଏଭଳି ଘଟଣା ଘଟିଛି ଯାଜପୁର ଜିଲା ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ କୃଷ୍ଣଦାସପୁର ଛକ ନିକଟସ୍ଥ ରାସ୍ତା କଡରେ । ଏହି ଘଟଣା ପ୍ରଚାରିତ ହେବା ପରେ ମୃତକ ଜଣକ ସ୍ଥାନୀୟ ଅଞ୍ଚଳ ମାଣ୍ଡୁକା ଗ୍ରାମର ଯଦୁ ଦଳେଇ ବୋଲି ଜଣାପଡିଛି । ସେ ଯୁବ ଶ୍ରମିକଭାବେ ବେଶ୍ ଜଣାଶୁଣା । ତେବେ ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଲାଇଛି ।

ମିଳିଥିବା ସୂଚନା ମୁତାବକ, ଗୁରୁବାର ଦିନ ଯଦୁ କୌଣସି କାରଣରୁ ଘରକୁ ଆସି ଆଉ ଫେରି ନ ଥିଲେ । ପରିବାର ଲୋକେ ରାତି ସାରା ବହୁ ସମୟ ଧରି ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ପତା ପାଇ ନ ଥିଲେ । ତେବେ ଆଜି ସକାଳ ସମୟରେ କୃଷ୍ଣଦାସପୁର ଛକ ରାସ୍ତା କଡରେ ଏକ ଗଛରେ ଯଦୁଙ୍କ ଶବ ଝୁଲୁଥିବାର ଦେଖିବାକୁ ମିଳିଥିଲା । ତେବେ ସେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଆଉ କିଛି କାରଣ ରହିଛି ସେ ନେଇ ବାଲିଚନ୍ଦ୍ରପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ମୃତଦେହକୁ ପୋଲିସ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।

Leave a Reply

Your email address will not be published. Required fields are marked *