ମର୍ମନ୍ତୁଦ ସଡକ ଦୁର୍ଘଟଣା :  ୩ ଜଣଙ୍କ ଉପରେ ଚଢିଗଲା ଅଜଣା ଗାଡି, ଘଟଣାସ୍ଥଳରେ ୩ମୃତ

Spread the love

ଧର୍ମଶାଳା : ଯାଜପୁର ଜିଲା ବଡଚଣା ଥାନା ଅନ୍ତର୍ଗତ କଡେଇଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟଇଛି । ଏହି ଦୁର୍ଘଟଣାରେ ବାଇକ ଚାକଳଙ୍କ ସମେତ ଅନ୍ୟ ୨ଜଣ ସହଯୋଗୀଙ୍କ ମୃତ୍ୟୁ ଘଟିଛି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳିଯାଇଛି । ମୃତକମାନେ ହେଲେ ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମାନତିରା ଗ୍ରାମର ଅଭିଷେକ ସର(୨୬), ଧର୍ମଶାଳା ବ୍ଳକ ଚଢେଇଧରା ଗ୍ରାମର ଅଂଚଳ ସାହୁ(୨୬) ଓ ଜଗତପୁର ଅଂଚଳର ଦେବାଶିଷ ନାୟକ(୨୪) ବୋଲି ଜଣାପଡିଛି । ଏହି ୩ ଜଣ ସାଂଗ ଗତକାଲି ବିଳମ୍ବିତ ରାତିରେ ଏକ ପଲସର ବାଇକରେ ପୁରୀ ଯାଉଥିବା ସମୟରେ ଆଜି ଭୋର ପ୍ରାୟ ୩ଟା ସମୟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲେ । ଏହି ସମୟରେ ଏକ ଅଜଣା ଗାଡି ସେମାନଙ୍କ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପଂହଚି ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି । 

Leave a Reply

Your email address will not be published. Required fields are marked *