ପଞ୍ଚାୟତ ନିର୍ବାଚନ ଆଗରୁ-ଦଳଡିଆଁ ପର୍ବ

ଆଗକୁ ପଞ୍ଚୟତ ନିର୍ବାଚନ ଆସୁଥିବା ବେଳେ ଯାଜପୁରରେ ବିଜେଡ଼ି ପାଇଁ ବଢିପାରେ ଅଡୁଆ l କାରଣ ବିଜେପି ସରକାର ଆସିବା ପରେ ଯାଜପୁର ଜ଼ିଲ୍ଲା ବ୍ୟାପି ଚାଲିଛି ମିଶ୍ରଣ ପର୍ବ l ଗୌତମ ରାୟଙ୍କ ନେତୃତ୍ୱରେ ବିଜେଡି ଛାଡ଼ୁଛନ୍ତି ନେତା ଓ କର୍ମୀ l ଯାଜପୁର ବିଧାନସଭା ଆସନ ବିଜେଡି ହାତକୁ ଯାଇଛି କିନ୍ତୁ ଏବେ ଗଡ଼ ରକ୍ଷା କରିପାରୁନାହିଁ ଦଳ l  ଯାଜପୁର ବିଜେପି ପକ୍ଷରୁ ଜାଫରପୁର ପଂଚାୟତ ବଡ଼ତ୍ରିଲୋଚନପୁର ରେ ଏକ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ l ବିଜେପି ଦଳର ବିକାଶମୂଳକ କାର୍ଯ୍ୟ ଓ ପଂଚାୟତର ବିକାଶ ପାଇଁ ସେମାନେ ଦଳରେ ସାମିଲ ହୋଇଥିବା କହିଛନ୍ତି।

ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଯାଜପୁରରେ ବିଜେଡି ଗଡ଼ ସୁଧୁଢ଼ ରହିଥିଲା l ସରକାର ପରିବର୍ତନ ପରେ ଭାଙ୍ଗୁଛି ବିଜେଡି ଗଡ଼। ସେପଟେ ସାଂସଦ କହିଛନ୍ତି ଯାଜପୁରରେ ବିଜେଡି ଗଡ଼ ହଜି ହଜି ଯାଉଛିl ଅନ୍ୟପଟେ  ଦଳ ଛାଡିବା ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପଂଚାୟତ ନିର୍ବାଚନ ଆଗରୁ ଚାଲିଛି ଦଳ ଦିଆଁ ପର୍ବ l  ବିଜେଡ଼ି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ତେବେ ନିର୍ବାଚନ ପରେ ଜଣାପଡ଼ିବ କିଏ ଗଡ଼ ରକ୍ଷା କରିପାରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *