ବ୍ଲକ ଦାବିରେ କମର୍ଦ୍ଦାବାସୀ

ଭୋଗରାଇ ବ୍ଳକ କୁ ବିଭାଜନ କରି କମର୍ଦା ରେ ନୂତନ ବ୍ଳକ୍ ପ୍ରତିଷ୍ଠା ଦାବି। ଭୋଗରାଇ ର ମୁଖ୍ୟ କାର୍ଯ୍ୟାଳୟକୁ କୈାଣସି କାମ ପାଇଁ ଯିବାକୁ ହେଲେ ହନ୍ତସନ୍ତ ହେଉଛନ୍ତି ଉତ୍ତର ଭୋଗରାଇ ର ୧୮ ଟି ପଞ୍ଚାୟତ ବାସିନ୍ଦା। ସ୍ଥାନୀୟ ଲୋକଙ୍କ କହିବା କଥା ସୁଶାସନ ଓ ଗରିବ କଲ୍ୟାଣ ପାଇଁ ବ୍ଲକ ବିଭାଜନ ନିତ୍ୟାନ୍ତ ଆବଶ୍ୟକ । ନୂତନ ସରକାର ବ୍ଲକ ସଂଖ୍ୟା ବଢାଇବା ଯୋଜନାରେ ଥିବାରୁ ଦୀର୍ଘ ୨୪ ବର୍ଷ ଧରି ହେଉଥିବା ଦାବି ପୁଣି ଉଠିଛି । ଭୋଗରାଇ ବ୍ଳକ ରେ ଏପରି କିଛି ଗାଁ ଅଛି ଯେଉଁଠାରୁ ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ୨୫ ରୁ ୩୦ କିଲୋମିଟର ଅତିକ୍ରମ କରିବାକୁ ପଡ଼ୁଛି । ବ୍ଳକ କାର୍ଯ୍ୟାଳୟ ରେ ପହଞ୍ଚି ଯଦି କାମ ଦିନକରେ ନସରିଲା ତେବେ ନାକେଦମ ହେଉଛନ୍ତି ଲୋକ ।

ଭୋଗରାଇ ବ୍ଲକ୍‌ରେ ୫୦ଟି ପଞ୍ଚାୟତ ଥିବା ବେଳେ ଉତ୍ତର ଭୋଗରାଇରେ ୧୮ଟି ପଞ୍ଚାୟତ ରହିଛି । ଆଉ ଏହି ଉତ୍ତର ଭୋଗରାଇ ର କେନ୍ଦ୍ରବିନ୍ଦୁ ହେଉଛି କମର୍ଦା। ୧୮ ଟି ପଞ୍ଚାୟତ ପାଇଁ କମର୍ଦା ରେ ରହିଛି ଥାନା , ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମହାବିଦ୍ୟାଳୟ , ବିଦ୍ୟୁତ ବିଭାଗ, ମହିଳା ଶିଶୁ ସମନ୍ୱିତ ବିକାଶ କେନ୍ଦ୍ର। କିନ୍ତୁ କମର୍ଦା ରେ ବ୍ଳକ ନଥିବାରୁ ବିଭିନ୍ନ ସମୟରେ ବିକାଶମୂଳକ କାମରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଏ । ଏହାଦ୍ୱାରା ଉଭୟ ପ୍ରଶାସନ ଓ ଜନସାଧାରଣ ସମସ୍ୟା ଭୋଗୁଛନ୍ତି । ତେଣୁ ଉତ୍ତର ଭୋଗରାଇର ସଂପୃକ୍ତ ପଞ୍ଚାୟତଗୁଡ଼ିକୁ ନେଇ ନୂଆ ବ୍ଳକ୍ ଗଠନ ସହ କେନ୍ଦ୍ରସ୍ଥଳ କମର୍ଦାରେ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଭୋଗରାଇରେ ବ୍ଲକ୍ ସଂଖ୍ୟା ବେଶ୍ ଅଧିକ । ତେଣୁ  ପ୍ରଶାସନିକ ପ୍ରକ୍ରିୟାର ବିକେନ୍ଦ୍ରୀକରଣ ଆବଶ୍ୟକ । ଯାହା ସ୍ଥାନୀୟ ଅଞ୍ଚଳର ବିକାଶକୁ ଗତି ଦେବ ଏବଂ ସହଜରେ ସରକାରୀ ସୁବିଧାର ଲାଭ ଉଠାଇପାରିବେ ଲୋକ ।ସେଥିପାଇଁ ସଚେତନ ନାଗରିକମାନେ ଏକ ବୈଠକ କରି କମିଟି ଗଠନ କରିଛନ୍ତି । ଏବଂ କମିଟି ତରଫରୁ ସରକାର ଙ୍କୁ ଦାବି ସମ୍ପର୍କରେ ଅବଗତ କରାଯିବ ବୋଲି କୁହାଯାଇଛି । ନୂଆ ସରକାର ନିଜକୁ ଲୋକଙ୍କ ସରକାର କହୁଛନ୍ତି । ତେଣୁ କମର୍ଦ୍ଦାକୁ ବ୍ଲକ କରିବା ପାଇଁ ଲୋକ ଯେଉଁ ଯୁକ୍ତି ଦେଇଛନ୍ତି ତାକୁ ଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *