ବାୟୋ-ମେଡିକାଲସ୍ ନେଇ ଜାପାନ-ଓଡ଼ିଶା ସହଭାଗିତା ପ୍ରସ୍ତାବ

Spread the love

ଭୁବନେଶ୍ୱର : ଓଡ଼ିଶାରେ ବାୟୋ-ମେଡିକାଲସ୍ ଗବେଷଣା ଏବଂ ବିକାଶ ନିମନ୍ତେ ଜାପାନର ସହଭାଗିତା ପାଇଁ ପ୍ରସ୍ତାବ ଦିଆଯାଇଛି । ଜାପାନ ଗସ୍ତରେ ଥିବା ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସେଠାରେ କୋବେ ବାୟୋ-ମେଡିକାଲ ଇନୋଭେସନ୍ କ୍ଲଷ୍ଟର ପରିଦର୍ଶନ କରି ଉପରୋକ୍ତ ମର୍ମରେ ପ୍ରସ୍ତାବ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ବାୟୋ-ମେଡିକାଲ ଇନୋଭେସନ୍ ନିମନ୍ତେ ଜାପାନସ୍ଥିତ ଭାରତୀୟ ଦୂତାବାସ ବହିର୍ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ଏପରି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆଇସିଏମ୍ଆର-ଆରଏମ୍ଆରସିରେ ଏହି ଇନୋଭେସନ୍ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ ସେଂଟର (ବିକେଆଇସି) ଏହି ପ୍ରକଳ୍ପର ସଂଯୋଜକ ଭାବରେ କାର୍ଯ୍ୟ କରିବେ ।ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ବିକେଆଇସି ସହିତ ଗବେଷଣା ଓ ବିକାଶ ନେଇ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଜାପାନ-ଓଡ଼ିଶା ସହଭାଗିତା ବଳରେ ରାଜ୍ୟରେ ବାୟୋ-ମେଡିକାଲ କ୍ଷେତ୍ରରେ ନୂତନ ଗବେଷଣା, ବ୍ୟବସାୟିକ ବିନିମୟ ଓ ମାନବସମ୍ବଳ ଅଭିବୃଦ୍ଧି କ୍ଷେତ୍ରରେ ଅନେକ କାର୍ଯ୍ୟ ହୋଇପାରିବ । ବିଶେଷ କରି ସ୍ନାୟୁ, ଚକ୍ଷୁ, ବୌଦ୍ଧିକ ଦୁର୍ବଳତା ଓ ସ୍ମୃତିହୀନତା ପରି ସମସ୍ୟାଗୁଡ଼ିକର ଚିକିତ୍ସା କ୍ଷେତ୍ରରେ ଅଭିନବ ପ୍ରୟାସ ବିକଶିତ ହୋଇପାରିବ ।

ଜାପାନର କୋବେ ବାୟୋ-ମେଡିକାଲ ଇନୋଭେସନ୍ କ୍ଲଷ୍ଟର ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସଦସ୍ୟ ସୁଜିତ କୁମାର, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ବିଜ୍ଞାନ ଓ କାରିଗରୀ ବିଭାଗର ଯୁଗ୍ମ ଶାସନ ସଚିବ ପୂଜା ମିଶ୍ରଙ୍କ ସମେତ କ୍ଲଷ୍ଟରର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *