ଝାରସୁଗୁଡା ଉପ ନିର୍ବାଚନ: ସିଇଓଙ୍କ ପ୍ରସ୍ତୁତି ଶେଷ, ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା

Spread the love

ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଝାରସୁଗୁଡା ଫଳାଫଳ । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ହେବ ଗଣନା ଓ ଫଳାଫଳ ଘୋଷଣା କାର୍ଯ୍ୟ । ଏ ନେଇ ସୂଚନା ଦେଇଛନ୍ତି  ସିଇଓ ନିକୁଞ୍ଜ ବିହାରୀ ଧଳ ।ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଙ୍ଗ କଲେଜ ରେ ହୋଇଛି ମତ ଗଣନା କେନ୍ଦ୍ର । ମତ ଗଣନା ସକାଳ 8 ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି 8.30 ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି 14 ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । 253 ବୁଥ ଥିବାରୁ 19 ରାଉଣ୍ଡ ଗଣନା ହେବ । ସନ୍ଧ୍ୟା 4 ଟା ରୁ 6 ଟା ଭିତରେ ଫଳାଫଳ ଆସିଯାଇପାରେ…ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ଗ୍ରାଉଣ୍ଡବାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭିତରେ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ 10 ତାରିଖରେ ଭୋଟ ଗ୍ରହଣ ହୋଇଥିଲା ।

Leave a Reply

Your email address will not be published. Required fields are marked *