ଟଙ୍କା ଲୁଟ୍ ଅଭିଯୋଗରେ ସାମ୍ୱାଦିକ ଗିରଫ

 ଗାନ୍ଧୀ ଜୟନ୍ତୀରେ ଟଙ୍କା ଲୁଟ କରି ଗିରଫ ହେଲେ ୪ସାମ୍ୱାଦିକ ଙ୍କ ସମେତ ଜଣେ ଦୋକାନୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନାରେ ଘଟିଥିବା ଏକ ଡକାୟତି ଘଟଣାରେ ରବିବାର ରାତିରୁ ପୁଲିସ ୪ ଜଣ ୱେବ୍ ସାମ୍ବାଦିକ ଓ ଜଣେ ବ୍ୟବସାୟୀ ଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ସଦର ଥାନା ପୋଲିସ। ସୂଚନା ଅନୁସାରେ, ଗତ ଅକ୍ଟୋବର ୨ ତାରିଖରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟଙ୍କୁ ଏକ ଡକାୟତ ଦଳ ଭଙ୍ଗାବାରି ନିକଟରେ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭବାନୀପାଟଣା ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଦଶହରା ଥିବା ଯୋଗୁଁ ପୁଲିସ ଆଇନଶୃଙ୍ଖଳା ବ୍ୟବସ୍ଥାରେ ବ୍ୟସ୍ତ ରହିଥିଲା। ରବିବାର ସନ୍ଧ୍ୟାରେ ୨ଜଣ ଫେରାର ମାରୁଥିବା ବେଳେ ସଇନ୍ତଲା ପୁଲିସ କାବୁ କରିଥିଲା। ଏହି ଘଟଣାରେ ପୁଲିସ ୪ଜଣ ୱେବ୍ ସାମ୍ବାଦିକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଗିରଫ କରିଛି। ଏହି ଘଟଣାରେ ଅନ୍ୟମାନେ ଫେରାର ଥିବା ଜଣାପଡିଛି। ଘଟଣାରେ ପ୍ରାୟ ୮ ଜଣଙ୍କୁ ପୁଲିସ ସନ୍ଦେହ କରୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *