ରାଜଧାନୀରେ କାଳବୈଶାଖୀର ତାଣ୍ଡବ

Spread the love

ଭୁବନେଶ୍ୱର : ଗୁରୁବାର ଅପରାହଣ ରାଜଧାନୀରେ ତାଣ୍ଡବ ରଚିଛି କାଳବୈଶାଖୀ । ରାଜଧାନୀର ବିଭିନ୍ନ ଅଞ୍ଚଳରେ ଧୂଳି ଝଡ ପରେ ଘଡଘଡି ବିଜୁଳି ଏବଂ ପବନ ସହ ବର୍ଷା ହୋଇଛି । ପାଖାପାଖି ୪୫ ମିନିଟ୍ ଯାଏଁ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଏହାର ପ୍ରଭାବରେ ବହୁ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଥିବା ବେଳେ ଆଉ କେଉଁଠି ଗଛ ଡାଳ ଭାଙ୍ଗି ପଡିଥିଲା । କିଛି ସ୍ଥାନରେ ଗଛ ପଡି ଘରର ପାଚେରୀ ଓ ଗାଡି କ୍ଷତିଗ୍ରସ୍ତ ହୋଇଛି । ଗଛ ଡାଳ ପଡିବାରୁ ବିଦ୍ୟୁତ୍ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସେହିପରି ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଭର୍ତି ହୋଇଯାଇଥିଲା । ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଅପରପକ୍ଷରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅଜନ୍ତା ସର୍କସ୍ ର ଟେଂଣ୍ଟ୍ ଉପୁଡି ପଡିଥିଲା । ତେବେ ପ୍ରବଳ ଖରାରେ ସିଝିଥିବା ରାଜଧାନୀବାସୀଙ୍କୁ ବର୍ଷା ପରେ ସାମାନ୍ୟ ଆଶ୍ୱସ୍ତି ମିଳିଛି ।

ଗୁରୁବାର ଦିନ ସାରା ପ୍ରବଳ ଖରା ଓ ଗୁଳୁଗୁଳିରେ ରାଜଧାନୀବାସୀ ସନ୍ତୁଳି ହୋଇଥିଲେ । କିନ୍ତୁ ଅପରାହ୍ନ ପ୍ରାୟ ସାଢେ ୪ ଟା ବେଳକୁ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ମାଡି ଆସିଥିଲା । ଯିଏ ଯେଉଁଠି ଥିଲେ ଅଟକି ଯାଇଥିଲେ । କାରଣ, ବର୍ଷା-ପବନ ମାଡ଼ରେ ଗଛର ଡାଳ ଭାଙ୍ଗି ପଡୁଥିଲା । ବଡ଼ ବଡ଼ ଡାଳ ଭାଙ୍ଗିପଡ଼ିବାରୁ ରାସ୍ତାଘାଟରେ ଯାତାୟାତ ପ୍ରଭାବିତ ହୋଇଥିଲା ।

Leave a Reply

Your email address will not be published. Required fields are marked *