କଳାହାଣ୍ଡିର ଝିଅ ୟୁପିଏସସିରେ କୃତକାର୍ଯ୍ୟ, ୟୁପିଏସ୍‌ସି ପରୀକ୍ଷାରେ କଳାହାଣ୍ଡିର ଝିଅ କୃତକାର୍ଯ୍ୟ

Spread the love

ଭବାନୀପାଟଣା : କଥାରେ ଅଛି କଠିନ ପରିଶ୍ରମ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଠିକ ଏହି ଉକ୍ତିଟି ପରି ଆଜି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅ ସଫଳତାର ଶୀର୍ଷରେ ପହଞ୍ଚି ପାରିଛି । କଠିନ ପରିଶ୍ରମ ବଳରେ ଆଜି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଉତୀର୍ଣ୍ଣ ହୋଇ କଳାହାଣ୍ଡି ଜିଲ୍ଳା ପାଇଁ ଆଣି ଦେଇଛନ୍ତି ଗୌରବ । ଗତକାଲି ପ୍ରକାଶ ପାଇଛି ଟଚଝଉ ଦ୍ୱାରା ପରିଚାଳିତ ଓଇଝ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ପୁରୁଣା ପଡାର ୨୩ ବର୍ଷୀୟ ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦ ନମ୍ବର ରେଙ୍କ ରଖି କୃତକାର୍ଯ୍ୟ ରହିଥିବା ବେଳେ, ଏବେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଭବାନୀପାଟଣା ବାସିନ୍ଦା ଗୋକୁଳାନନ୍ଦ ପ୍ରଧାନ ଓ ରଶ୍ମିତା ପ୍ରଧାନ ଉଭୟ ପେସାରେ ଶିକ୍ଷକ ଶିକ୍ଷୟତ୍ରୀ ହୋଇଥିବା ବେଳେ, ପ୍ରଥମା ପ୍ରତୀକ୍ଷା ପ୍ରଧାନ ଭବାନୀପାଟଣା ଙଟଇଞ କଲେଜ ରେ ପାଠ ପଢ଼ୁଥିବା ବେଳେ, ସେ ଭାରତୀୟ ପ୍ରଶାସନିକ ସେବା ପାଇଁ ଘରେ ରହି ପ୍ରସ୍ତୁତି କରିଥିଲେ । ପ୍ରତ୍ୟେକ ଦିନ ୧୦ ରୁ ୧୨ ଘଂଟା ଏଥିପାଇଁ ସେ କଠିନ ପରିଶ୍ରମ କରୁଥିବାବେଳେ ତାଙ୍କର ପରିଶ୍ରମ ଆଜି ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ପାରିଛି । ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *