କେନ୍ଦୁକଟା(ପୋଖରୀ)ର ଉନ୍ନତିକରଣ, ଡାଇଭର୍ଶନ ଗେଟ ପାର୍ଶ୍ୱରେ ମାଟି ଖାନନ ପାଇଁ ଅଭିଯୋଗ

Spread the love

ଭବାନୀପାଟଣା : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ନୂନ ମାଠ ଗ୍ରାମ ପଞ୍ଚାୟତର କିନେରକେଲା ଗ୍ରାମର ୧୦ଏକର ବିଶିଷ୍ଟ କେନ୍ଦୁକଟା(ପୋଖରୀ)ର ଉନ୍ନତି କରଣ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ପଞ୍ଚଦଶ ରାଜ୍ୟ ଅର୍ଥ କମିଶନରୁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ କାମ କରିଛନ୍ତି । ଉକ୍ତ ପୋଖରୀର ପଶ୍ଚିମ ଦିଗରେ ମାଟି ହୁଡା ମଧ୍ୟ ପକାଯାଇଛି । କିନେରକେଲା ଗାଁରେ ଏକ ଡାଇଭର୍ଶନ ପ୍ରୋଜେକ୍ଟ ରହିଛି । ଡାଇଭର୍ସନ ପ୍ରୋଜେକ୍ଟରୁ ୮୦% ଲୋକଙ୍କ ଚାଷ ଜମିରେ ଜଳସେଚନ ହୋଇଥାଏ । କିନ୍ତୁ ଡାଇଭର୍ଶନ ପ୍ରୋଜେକ୍ଟର ମୁଖ୍ୟ ଗେଟ ବନ୍ଦ କରିଦେଲେ ପାର୍ଶ୍ୱରେ ଥିବା କିରଣ ଚନ୍ଦ୍ର ଭୋଇଙ୍କ ଜମିରେ ବର୍ଷାପାଣି ଜମିରହି ଚାଷ ଜମି ନଷ୍ଟ ହେଉ ଥିବାରୁ ଗ୍ରାମବାସୀଙ୍କ ସମେତ କୀରଣ ଚନ୍ଦ୍ର ଭୋଇ ଜିଲାପାଳ ଓ କେସିଙ୍ଗା ବିଡ଼ିଓଙ୍କୁ ଖାଲ ଜମିରେ ମାଟି ପକାଇ ସ୍ଥାୟୀ ସମାଧାନ ପାଇଁ ଲିଖିତ ଭାବେ ଅନୁରୋଧ କରିଥିଲେ । ଗତ ଜୁନ ୧୨ ତାରିଖରେ ଉକ୍ତ ପୋଖରୀର ଉନ୍ନତି କରଣ ମାଟି ଖନନ କରିବା ସମୟରେ ଜିଲାପାଳ, ବିଡ଼ିଓଙ୍କ ସମେତ ଉକ୍ତ ଗ୍ରାମର ୱାର୍ଡ ମେମ୍ବର ଓ ଗ୍ରାମବାସୀଙ୍କ ସହମତି କ୍ରମେ ଡାଇଭର୍ସନ ମୁଖ୍ୟ ଗେଟ ନିକଟରେ ଥିବା ଖାଲ ଜମିରେ ମାଟି ପକାଯାଇଛି । ଠିକ ଭାବେ ପୋଖରୀ ମାଟି କାମ ହୋଇ ନାହିଁ ବୋଲି ପୂର୍ବତନ ସରପଞ୍ଚ ପ୍ରମୋଦ କୁମାର ଭୋଇ ଜିଲାପାଳ, କେସିଙ୍ଗା ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଉକ୍ତ ପୋଖରୀର ମାଟି ଖନନ ଓ ହିଡ ଉପରେ ମାଟି ପକାଇଥିବାର ମଧ୍ୟ ଜଣାପଡୁଛି ।

Leave a Reply

Your email address will not be published. Required fields are marked *