ମହିଳାଙ୍କ ସନ୍ଦେହଜନକ ଭାବେ ମୃତ ଦେହ ଉଦ୍ଧାର, ଭାଇ ଆଣିଲେ ହତ୍ୟା ଅଭିଯୋଗ

Spread the love

ମୁଖୀଗୁଡ଼ା : ସ୍ୱାମୀ ସ୍ତ୍ରୀ ମାଛ ଧରିବାକୁ ଯାଇଥିଲେ ନିକଟସ୍ଥ ନାଳକୁ ଦିନ ୧୦ଟା ରେ ସନ୍ଧ୍ୟା ପରେ ମଧ୍ୟ ବୋହୁ ଘରକୁ ନଫେରିବାରୁ ବିଚଳିତ ହୋଇ ଯାଇଥିଲେ ଶାଶୁ ଲକ୍ଷ୍ମୀ ବୋହୂକୁ ଖୋଜା ଖୋଜି କରିବା ପରେ ମଧ୍ୟ ମିଳିନଥିଲେ ଶେଷରେ ଜୟପାଟଣା ଥାନାର ଦ୍ୱାରସ୍ଥ ହେବା ପରେ ଆଜି ବୋହୁର ମୃତ ଦେହ ମିଳିବା ପରେ ହତ୍ୟା ଅଭିଯୋଗ ହୋଇଛି ଜୟପାଟଣା ଥାନାରେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ପ୍ରତାପପୁର ଗ୍ରାମପଂଚାୟତ କଲୋନୀ ପଡାର ବିବାହିତ ମହିଳା ସ୍ୱାଗତି ରାଉତ(୩୧)ଙ୍କ ମୃତଦେହ ପ୍ରତାପପୂର କଲୋନିପଡା ନିକଟ ବଡ଼ଜୋରରୁ ସନ୍ଦେହଜନକ ଭାବେ ଜୟପାଟଣା ପୁଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ଜୟପାଟଣା ଥାନା ଅନ୍ତର୍ଗତ ପ୍ରତାପପୁର କଲୋନିପଡାର ସ୍ୱାଗତି ଓ ତାଙ୍କ ସ୍ୱାମୀ ବିରେନ୍ଦ୍ର ଗତକାଲି ଦିନ ୧୦ଟା ବେଳେ ମାଛ ଧରିବା ପାଇଁ ନିକଟସ୍ଥ ଏକନାଳା ବଡଜୋରକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ହୋଇଯାଇଥିଲେ ମଧ୍ୟ ସ୍ୱାଗତି ଘରକୁ ଫେରି ନଥିବା ବେଳେ ବୀରେନ୍ଦ୍ରଙ୍କୁ ସନ୍ଧ୍ୟାରେ ଜୟପାଟଣା ସହରରେ ମଦ ପିଇ ବୁଲୁଥିବା ଦେଖାଯାଇଥିଲା । ଏପଟେ ସ୍ୱାଗତିଙ୍କ ଶାଶୁ ଲକ୍ଷ୍ମୀ ସ୍ୱାଗତିଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ନଫେରିବା ପରେ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କର କୋଣସି ଖବର ମିଳିନଥିଲା । ଆଜି ସକାଳେ ଉକ୍ତ ନାଳାରେ ସ୍ୱାଗତିଙ୍କ ଶବ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଶବ ଉଦ୍ଧାର କରିବା ସହ ଜୟପାଟଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଛି । ସ୍ୱାଗତି ଓ ବିରେନ୍ଦ୍ର ଗତ ୧୧ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ୧୦ବର୍ଷୀୟ ପୁଅଟିଏ ଅଛି । ମୃତା ସ୍ୱାଗତିକାଙ୍କ ଭାଇ ଡମ୍ବରୁଧର ଚଣ୍ଡୀ ନିଜ ଭଉଣୀ କୁ ହତ୍ୟା କରାଯାଇଛି ବୋଲି ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତିକରି ଜୟପାଟଣା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇ ବିରେନ୍ଦ୍ର ରାଉତକୁ ଜୟପାଟଣା ଥାନାରେ ଅଟକ ରଖାଯାଇଛି ।

Leave a Reply

Your email address will not be published. Required fields are marked *