ନୂଆଖାଇ ପର୍ବକୁ ନେଇ ସରଗରମ ପଶ୍ଚିମ ଓଡିଶା

Spread the love

କଳାହାଣ୍ଡି: ନୂଆଖାଇକୁ ନେଇ ସରଗରମ ପଶ୍ଚିମ ଓଡିଶା। ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। ଏଥିପାଇଁ କଳାହାଣ୍ଡିର ବିଭିନ୍ନ ଗାଁରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ବର୍ଷକୁ ଥରେ ଆସେ ନୂଆଖାଇ। ଏଥିପାଇଁ ଯିଏ ଯେଉଁ ଜାଗାରେ ଥିଲେ ମଧ୍ୟ ଗାଁକୁ ଆସିବା ସୁନିଶ୍ଚିତ। ଖାସ କରି ନୂଆଖାଇରେ ଘରର ସମସ୍ତେ ନୂଆ ଲୁଗା ପିନ୍ଧି ନୂଆ ଅର୍ଣ୍ଣ ଭକ୍ଷଣ କରିଥାନ୍ତି। ଏନେଇ ବଜାରରେ ମଧ୍ୟ ପ୍ରବଳ ଭିଡ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *