ଏକ ନମ୍ବର ମାନ୍ୟତା ପାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତି ନେଇ ରୋଗୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବାରିକୁମ୍ପା ସ୍ୱାସ୍ଥ୍ୟ କେନ୍ଦ୍ର ଏନକ୍ୱେସ ଏକ ନମ୍ବର ମାନ୍ୟତା ପାଇଛି ସତ କିନ୍ତୁ ଏଠାରେ ରୋଗୀ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର ପୀୟୂଷ ମୋହନ ସାମଲ ଅଧିକାଂଶ ସମୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନ ରହିବା ଓ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଠିକ୍ ସମୟରେ ନ ଆସିବା ଦ୍ୱାରା ରୋଗୀ ଫେରିଯାଇ ବାଧ୍ୟ ହୋଇ କ୍ଲିନିକ୍ ରେ ପଇସା ଦେଇ ନିଜର ଚିକିତ୍ସା କରୁଛନ୍ତି । ଗ୍ରାମବାସୀ ଡାକ୍ତରଙ୍କୁ ବହୁ ବାର ବୁଝାଇବା ସତ୍ତ୍ୱେ ଡାକ୍ତର ଠିକ୍ ସମୟରେ ନ ଆସି ଆହୁରି ଗ୍ରାମବାସୀଙ୍କୁ ପୋଲିସର ଭୟ ଦେଖାଉଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ ଅଭିଯୋଗ ତାଙ୍କୁ ବରିକୁମ୍ପା ସ୍ୱାସ୍ଥ୍ୟ ଶିବିରରେ କ୍ୱାଟର ମିଳିଥିଲେ ମଧ୍ୟ ସେ ଏଠାରେ ନ ରହି ଫୁଲବାଣୀରେ ରହୁଛନ୍ତି କିନ୍ତୁ ଏଠାରେ ରହୁଛନ୍ତି କହି ମାସକୁ ସରକାରଙ୍କ ଠାରୁ ଅତିରିକ୍ତ ୪୦ ହଜାର ଟଙ୍କା ପ୍ରାପ୍ତ କରୁଛନ୍ତି । ଏହା ସିଡିଏମଓ ଓ ଡାକ୍ତର ପୀୟୂଷ ମୋହନ ସାମଲଙ୍କ ମଧୁଚନ୍ଦ୍ରିକାରେ ସବୁ ଚାଲିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେଉଁଠି ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟସ୍ତ ଏବଂ ଡାକ୍ତର,ନର୍ସ,ଏବଂ ଫାର୍ମାସିଷ୍ଟଙ୍କ ବିନା ଉପସ୍ଥିତିରେ ଜଣେ ଆଟେନାଣ୍ଡ ଏବଂ ଜଣେ ସ୍ୱିପରଙ୍କ ଦ୍ୱାରା ଚାଲିଥିବା ସ୍ୱାସ୍ଥ୍ୟ ଶିବିର କିପରି ଏକ ନମ୍ବର ମାନ୍ୟତା ପାଇଲା ତାହା ଜନସାଧାରଣଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Leave a Reply

Your email address will not be published. Required fields are marked *