କନ୍ଧମାଳ : କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଦ୍ୱିତୀୟ ସାଧାରଣ ପରିଷଦ ବୈଠକ ଫୁଲବାଣୀ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବ୍ୟୟ ବରାଦ କରାଯିବ ସହିତ ବିଭିନ୍ନ ଯୋଜନାକୁ ସାମିଲ କରାଯାଇଛି । ଜିଲ୍ଲା ପାଇଁ ୯ କୋଟିରୁ ଊର୍ଦ୍ଧ୍ୱ ରାଶି ପାଇଁ ବିଭିନ୍ନ ଯୋଜନାରେ ପ୍ରସ୍ତାବ ଦିଆଯାଇଛି । ପ୍ରତ୍ୟେକ ବ୍ଲକ ପାଇଁ ୭୫ଲକ୍ଷ ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି କ୍ଷ ସେଥି ମଧ୍ୟରେ ସାପ୍ତାହିକ ହାଟ ତଥା ଜିଲ୍ଲା ସ୍ତରୀୟ ସାଂସ୍କୃତିକ ଉତ୍ସବ, ଏକ୍ସପୋଜର ଭିଜିଟି କାରିଗରୀ କାର୍ଡ, ବାଦ୍ୟଯନ୍ତ୍ର, ଖେଳ ସାମଗ୍ରୀ ନୃତ୍ୟ ପୋଷାକ,ଦକ୍ଷତା ବିକାଶ ତାଲିମ, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ କ୍ରୀଡା, ଆଦିବାସୀ ଗ୍ରାମାଞ୍ଚଳ ବସତି ପ୍ରଭୂତି ଉପରେ ଆଲୋଚନା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ଏସ୍?ଡିସିର ସିଇଓ ଆଶିଷ ଈଶ୍ୱର ପାଟିଲ, ଏସ୍?ଡିସି ଅଧ୍ୟକ୍ଷ ରୋଦନ ମଲ୍ଲିକ, ଉପାଧକ୍ଷା ନଳିନୀ କହଁର, ପିଏ ଆଇଟିଡିଏ ନରେଶ ଚନ୍ଦ୍ର ଶବର, ବାଲିଗୁଡ଼ା ପିଏ ଆଇଟିଡିଏ ମଧୁସୂଦନ ବେହେରାଙ୍କ ସମେତ ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାଉନ୍?ସିଲର ସଭ୍ୟ ଯୋଗ ଦେଇଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now