ଫୁଲବାଣୀ ଏନଓ୍ବାଇକେ ତରଫରୁ ମିଶନ ଲାଇଫ କାର୍ଯକ୍ରମ

Spread the love

କନ୍ଧମାଳ : ନେହେରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଥାନୀୟ ଗୋପବନ୍ଧୁ ବାଳାଶ୍ରମ ଫୁଲବାଣୀ ଠାରେ ମିଶନ ଲାଇଫ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି କାର୍ଯକ୍ରମରେ ମୂଖ୍ୟ ଅତିଥି ଭାବରେ ଶିଶୁ ମଙ୍ଗଳ ସମିତିର ସଭ୍ୟ ପ୍ରଫେସର ପ୍ରସନ୍ନ କୁମାର ବିଶୋଇ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋପବନ୍ଧୁ ବାଳାଶ୍ରମର ବିଜୟାନନ୍ଦ ସାହୁ, ତନ୍ମୟ ମହାକୁଡ, ଶରତ କୁମାର ରାଉତ ଏବଂ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ସ୍ଵେଛାସେବୀ ମାନଙ୍କ ମଧ୍ୟରେ ରୀତିମା ବାଘ୍ ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍ ଏବଂ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୁଇଜ୍ ରେ ସୁଧାଂଶୁ ସାହୁ ପ୍ରଥମ, ଗିରିଶ ଦୀପ ଦ୍ଵିତୀୟ, କ୍ଷୀରୋଦ କହଁର ତୃତୀୟ ସେହିପରି ସଙ୍ଗୀତରେ ଶୁଭମ୍ ଷଣ୍ଢ ପ୍ରଥମ, ଚିନୁ ବଗର୍ତ୍ତି ଦ୍ଵିତୀୟ ଏବଂ ରିଙ୍କୁ ବଗର୍ତ୍ତି ତୃତୀୟ ସ୍ଥାନ ହାସଲ କରିଥିଲେ। ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ୟକ୍ରମର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ। କୁଇଜ ଓ ସଙ୍ଗୀତ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ବୈଠକରେ ନେହେରୁ ଯୁବକେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ମେଘାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *