ସହକାରୀ ନିର୍ଦ୍ଦେଶକ ବିଧି ଭାବରେ ନିଯୁକ୍ତି ପାଇଲେ ସୁଶ୍ରୀ ଜୟଲଷ୍ମୀ

Spread the love

କନ୍ଧମାଳ : ଓଡ଼ିଶା ସରକାରଙ୍କ ଗୃହ ବିଭାଗରେ ସହକାରୀ ନିର୍ଦ୍ଦେଶକ ବିଧି, ଭାବରେ ନିଯୁକ୍ତି ପାଇଛନ୍ତି ଫୁଲବାଣୀ ଓକିଲ ସଂଘର ସଦସ୍ୟା ସୁଶ୍ରୀ ବିଜୟଲଷ୍ମୀ ଭୋଇ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା ଅନୁସାରେ ଏହି ପଦବୀଟି ନୂତନ ଭାବରେ ସୃଷ୍ଟି କରାଯାଇଛି । ରାଜ୍ୟ ରେ, ୯୦ଟି ପଦବୀ ପାଇଁ ପରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୬୨ ଜଣ କୃତକାର୍ଯ୍ୟ ହୋଇ ୧୩/୦୭/୨୩ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଲୋକସଭା ଭବନର କନଭେନସନ ହଲ ଠାରେ ନିଯୁକ୍ତି ପତ୍ର ଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ଫୁଲବାଣୀର ବିଜୟଲଷ୍ମୀ ଭୋଇ ମଧ୍ୟ ଥିଲେ । ତାଙ୍କର ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲାର ଓକିଲ ସଂଘ ଫୁଲବାଣୀ ପକ୍ଷରୁ ସଭାପତି ଭଗବାନ ମହାନ୍ତି, ଉପସଭାପତି ବିଣାପାଣୀ ପ୍ରଧାନ ଓ ସମ୍ପାଦକ କମଳ କୁମାର ବେହେରାଙ୍କ ସମେତ ସମସ୍ତ ଆଇନଜିବୀ ତାଙ୍କର କୃତୀତ୍ତ୍ୱ ରେ ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ସରକାରୀ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ଏବଂ ତାଙ୍କ ଅଫିସର ସହକାରୀ ଆଇନଜୀବୀ ଦୁର୍ଗା ଶଙ୍କର ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ନାୟକ,ସାଇ ଚନ୍ଦନ ସାହୁ ପ୍ରମୁଖ କୃତଜ୍ଞତା ଜଣାଇବା ସହ ଉତୋରତ୍ତର ଉନ୍ନତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *