କନ୍ଧମାଳ ଜିଲ୍ଲା ମିଳିତ ଅମଲା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

Spread the love

କନ୍ଧମାଳ : ଜିଲ୍ଲାସ୍ତରୀୟ ଅମଲା ମାନଙ୍କ ସର୍ବନିମ୍ନ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ/ଉଚ୍ଚ ମାଧ୍ୟମିକରୁ, ସ୍ନାତକ ସହ କମ୍ପ୍ୟୁଟର ଦକ୍ଷତା ଧାର୍ଯ୍ୟ କରାଯାଇଥିବା ବେଳେ, ସଂଶୋଧିତ ବେତନହାର ନିୟମ ୨୦୧୭ ଅନୁଯାୟୀ ରାଜ୍ୟ ସରକାର ସେମାନଙ୍କ ବେତନ ସଂଶାଧନ କରିନାହାନ୍ତି । ରାଜ୍ୟ / ଜିଲ୍ଲା ସ୍ତରୀୟ ଅମଲା ସଂଘ ଏହି ବାବଦରେ ଅନେକ ଥର ପୂର୍ବରୁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ ମଧ୍ୟ, ସରକାର ଏଥିପ୍ରତି ଆଜିସୁଦ୍ଧା କର୍ଣ୍ଣପାତ କରିନାହାନ୍ତି । ସୂଚନା ଯୋଗ୍ୟ ଯେ ଜିଲ୍ଲାସ୍ତରୀୟ ଅମଲାମାନେ ସରକାରଙ୍କ ବିଭିନ୍ନ ବିଭାଗର ଗୁରୁତ୍ୟପୂର୍ଣ୍ଣ କାର୍ଯ୍ୟ ତଥା ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ଗୁଡିକୁ ସଫଳ ରୁପାୟନ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲେ ମଧ୍ୟ ଅନ୍ୟ କର୍ମଚାରୀମାନଙ୍କ ଠାରୁ ସେମାନଙ୍କ ବେତନ ନିମ୍ନ ହାରରେ ନିର୍ଦ୍ଧାରଣ କରିଛନ୍ତି । ଏହି ବିଷୟରେ ଅମଲା ମାନେ ବାରମ୍ବାର ଦୀର୍ଘଦିନ ହେବ ସରକାରଙ୍କ ଦୃଷ୍ଟିଗୋଚରକୁ ଆଣିଥିଲେ ଓ ବିଭିନ୍ନ ସମୟରେ ଆଲୋଚନା,ପର୍ଯ୍ୟାଲୋଚନା କରି ସେମାନଙ୍କ ଏକମାତ୍ର ନ୍ୟାର୍ଯ୍ୟ ଦାବି ରଖିଥିଲେ ମଧ୍ୟ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଏଣୁ ଅମଲାମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଅମଲାଙ୍କ ମଧ୍ୟରେ ଘୋର ଅସନ୍ତୋଷ ବୃଦ୍ଧି ପାଇ ସମଭାବାପର୍ଣ୍ଣ ଅମଲା ସଂଘ ମାନଙ୍କୁ ନେଇ ଏକ ରାଜ୍ୟସ୍ତରୀୟ ମିଳିତ ଅମଲା ମଂଚଗଠନ କରା ଯାଇଥିଲା । ଉକ୍ତ ମିଳିତ ମଞ୍ଚର ଆହ୍ୱାନକ୍ରମେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କରିବା ପାଇଁ ସରକାରଙ୍କ ପାଖରେ ଜିଲ୍ଲାପାଳମାନଙ୍କ ମଧ୍ୟମରେ ଉକ୍ତ ଦାବି ଉପସ୍ଥାପନ କରାଯାଇଥିଲା । ପରେ ରାଜ୍ୟ ସଂଘର ନିଷ୍ପତି ପ୍ରକାରେ ଯଦି ସରକାର ଦାବି ପୂରଣ କରିବାରେ କିଛି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ନଥିବାରୁ ଗତ ଜୁନ୍ ୧ ତାରିଖରେ ସମସ୍ତ ଅମଲା ସମୂହ ଛୁଟିରେ ରହିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଉଛନ୍ତି । ସେହିପରି ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍ ମୁଖ୍ୟାଳୟରେ ମଧ୍ୟ ସେମାନଙ୍କର ଧାରଣା ଜାରି ରହିଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଥିବା ୩୨ ଗୋଟି ବିଭାଗର ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ମାନେ ସେମାନଙ୍କ ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଏହିଭଳି ସାମୁହିକ ଛୁଟିରେ ରହି ଶାନ୍ତି ପୁର୍ଣ୍ଣ ଭାବରେ ଧାରଣାରେ ବସିବା ପାଇଁ ନିଷ୍ପତି ଗ୍ରହଣ କରିଥିବା ନେଇ, ଆଜି ଫୁଲବାଣୀ ବନାନୀ କଳା ସଙ୍ଗମ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ସଂଘର ଅଧ୍ୟକ୍ଷ ଦେବେନ୍ଦ୍ର ପାତ୍ର ସୁଚନା ଦେଇଛନ୍ତି । ଏହି ଅବସରରେ ତାଙ୍କ ସହିତ ସଂଘର କର୍ମକର୍ତା ବିନୋବା ମହାନ୍ତି, ଗଣେଶ ବେହେରା,ବିଶ୍ୱନାଥ ବାରିକ ଏବଂ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *