ମାସିକ ମଜୁରୀ ବୃଦ୍ଧି ଓ କନ୍ୟା ବିବାହ ସହାୟତା, ଜିଏସ୍ଟି ପ୍ରତ୍ୟାହାର ଦାବିନେଇ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ସମାବେଶ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Spread the love

କନ୍ଧମାଳ: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ସଭାପତି ବିଜୟ ମହାନ୍ତିଙ୍କ ଆହ୍ୱାନ କ୍ରମେ ଆଜି ଫୁଲବାଣୀ ଡିଭିଜନ ପକ୍ଷରୁ ବିଶାଳ ଶୋଭାଯାତ୍ରାରେ ଫୁଲବାଣୀ କୋର୍ଟ ଛକରୁ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ପହଂଚି ଜିଲ୍ଲା କେନ୍ଦୁପତ୍ର ତୋଳାଳୀ ସଂଘର ସଦସ୍ୟ ଓ ସଦସ୍ୟାମାନେ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କୋର୍ଟ ଛକ ଠାରୁ ହଜାର ହଜାର କେନ୍ଦୁପତ୍ର ତୋଳାଳୀ ଏବଂ କର୍ମଚାରୀ ଶୋଭାଯାତ୍ରା ମାଧ୍ୟମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟରେ ଶୋଭାଯାତ୍ରା ପହଂଚି ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା । ଫୁଲବାଣୀ ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣ ଏହି ସଭାରେ ସଭାପତିତ୍ୱ କରି ବିଭିନ୍ନ ଦାବୀ ଉପସ୍ଥାପନା କରିଥିଲେ ।

ପ୍ରଦାନ କରାଯାଇଥିବା ଦାବିପତ୍ରରେ ଥିବା ବିଭିନ୍ନ ଦାବି ମଧ୍ୟରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ ଏବଂ ବନ୍ଧେଇ ଶ୍ରମିକ ମାନେ ୨୦୧୪-୧୫ ମସିହାରେ ତଥା ପ୍ରୋତ୍ସାହନ ଏବଂ ସାମାଜିକ ନିରାପତା ମୂଳକ ବିଭିନ୍ନ ସହାୟତା ୨୦୨୨ ମସିହା ପର୍ଯ୍ୟନ୍ତ ପାଇ ଆସୁଥିଲେ ମଧ୍ୟ ଚଳିତ ବର୍ଷ ୨୦୨୨ ମସିହା କେନ୍ଦୁପତ୍ର ସଂସ୍ଥାର ଲାଭାଂଶ ବଂଟନବେଳେ ବୋନସ ଦେବାରେ ବ୍ୟତିକ୍ରମ କରାଯାଇ ସେମାନଙ୍କୁ ବୋନସ ଦିଆ ଯାଇନାହିଁ । ଏହା ଫଳରେ କେନ୍ଦୁପତ୍ର ତୋଳାଳୀ, ସିଜିନାଲ କର୍ମଚାରୀ, ବନ୍ଧେଇ ଶ୍ରମିକ ମାନେ ଅତିମାତ୍ରାରେ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି । ଆର୍ôଥକ ସହାୟତା ନାମରେ ଦିଆଯାଇଥିବା ହଜାରେ ଟଙ୍କା ଏବଂ ପନ୍ଦର ଶହ ଟଙ୍କାକୁ ସରକାର ନିଜର ରାଜକୋଷରୁ ଦେଲେ ସଂଘ ତାକୁ ସ୍ୱାଗତ କରିବ କିନ୍ତୁ ବୋନସ ନଦେଇ କେନ୍ଦୁପତ୍ରର ଲାଭାଂଶରୁ ଆର୍ôଥକ ସହାୟତା ଦେବା ଯୋଗୁଁ ଲକ୍ଷ୍ୟ ଲକ୍ଷ୍ୟ ତୋଳାଳୀ ଏବଂ ଅଧିକାଂଶ କର୍ମଚାରୀ କ୍ଷତିଗ୍ରସ୍ତ ହେଉଛନ୍ତି । ଏହା ସହିତ କନ୍ୟା ବିବାହ ପାଇଁ ୫୦ ହଜାର ଟଙ୍କା ସାମାଜିକ ନିରାପତା ସହାୟତା, ଦୀର୍ଘ ୫ ବର୍ଷ ହେଲା ସିଜିନାଲ କର୍ମଚାରୀ ମାନଙ୍କ ମାସିକ ମଜୁରୀ ବୃଦ୍ଧି କରା ନ ଯିବା ଯୋଗୁଁ ହଜାର ହଜାର କର୍ମଚାରୀ ଆର୍ôଥକ ସଙ୍କଟରେ ଗତି କରୁଛନ୍ତି । ଏଣୁ ଅତିଶିଘ୍ର ସର୍ବନିମ୍ନ ମଜୁରୀ ଘୋଷଣା ପାଇଁ ଦାବି କରାଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଛାତ୍ର ବୃତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧାପନ୍ତରିଆ ଭାବରେ ଅଛି, ଚୂଡାନ୍ତ ହୋଇ ପାରିନାହିଁ, ଏହାକୁ ଅତିଶୀଘ୍ର ଚୂଡାନ୍ତ କରିବା ପାଇଁ ମଧ୍ୟ ଦାବୀ ହୋଇଛି । ଥରେ ବୋନସ ଦେବା ବନ୍ଦ ହୋଇଗଲେ ଭବିଷ୍ୟତ ପାଇଁ ରହିବ ନାହିଁ । ଯାହାକି କେନ୍ଦୁପତ୍ର ଶ୍ରମିକର ହକ ଓ ଅଧିକାର । ଆମେ କେନ୍ଦୁପତ୍ର ତୋଳାଳୀ କର୍ମଚାରୀ ଦୟାର ପାତ୍ର ନ ହୋଇ ପୂର୍ବ ଅଧିକାରକୁ ସାବ୍ୟସ୍ତ କରିବା, ଏବଂ (କେଏଲଡିବି) ବୋର୍ଡର(ଯେଉଁ ବୋର୍ଡର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ଅଛନ୍ତି) ମତାମତ ନନେଇ ଏକଚାଟିଆ ଭାବରେ ନିଆ ଯାଉଥିବା ବିଭିନ୍ନ ନିଷ୍ପତି ଓ ଘୋଷଣା ଶ୍ରମିକମାନଙ୍କ ହିତ ବିରୋଧରେ ଯାଉଥିବା ଯୋଗୁଁ ଏହାକୁ ବିରୋଧ କରିବା ସହ ତୁରନ୍ତ (କେଏଲଡିବି) ବୈଠକ ଆହ୍ୱାନ ସହ ସିଜିନାଲ୍ କର୍ମଚାରୀ ମାନଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦି ଦାବି କରାଯାଇଛି । କେନ୍ଦୁପତ୍ର ଉପରେ ଲଗାଯାଇଥିବା ଜିଏସ୍ଟି ଉଚ୍ଛେଦ ସହ କେନ୍ଦୁପତ୍ର ସଂସ୍ଥାର ଘରୋଇକରଣ କରିବାରୁ ସରକାର ନିବୃତ ରହିବା ପାଇଁ ଦାବୀ ହୋଇଥିଲା । ସଂଘ ସମ୍ପାଦକ ତଥା କେନ୍ଦୁପତ୍ର ୱେଲଫେଆର ବୋର୍ଡ ଉପଦେଷ୍ଟା ସଞ୍ଜିତ ମହାନ୍ତି ତୋଳାଳୀ ଏବଂ କର୍ମଚାରୀଙ୍କ ଦାବିକୁ ନ୍ୟାର୍ଯ୍ୟ ଦାବୀ ବୋଲି କହିବା ସହ ସମସ୍ତ ଦାବୀ ପୂରଣ ପାଇଁ ସରକାରଙ୍କ ଠାରେ ଦୃଢତାର ସହିତ ଉତ୍ଥାପନ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

ଡିଭିଜନ ସମ୍ପାଦକ ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ରତିବାଦ ସମାବେଶରେ ବହୁ ସଂଖ୍ୟାରେ ତୋଳାଳୀ, କର୍ମଚାରୀ ଓ ବନ୍ଧେଇ ଶ୍ରମିକ ଉପସ୍ଥିତ ରହିବା ସହ ରାଜ୍ୟ ଉପ ସଭାପତି ଗୋକୁଳ ମେହେର, ରାଜ୍ୟ ସମ୍ପାଦକ ଶିବାନନ୍ଦ ପରିଚ୍ଛା, ପ୍ରତାପ ଶର୍ମା, ଦେବଜ୍ୟୋତି ପଟ୍ଟନାୟକ, ଲକ୍ଷ୍ମଣ ସାହୁ, କୀର୍ତନ ବେହେରା, ଦଶମୂଳ ମିଶ୍ର, ଅକ୍ଷୟ ପ୍ରଧାନ, ସଦାନନ୍ଦ କୁଆଁର, ସରୋଜିନୀ କହଁର, ସଞ୍ଜୁକ୍ତା ରଣା, ଭାମା ଖମାରୀ ମାମିନା ବଗର୍ତି ପ୍ରମୁଖ ଉପସ୍ଥିତ ରହି ସମାବେଶର ନେତୃତ୍ୱ ନେଇଥିଲେ ।

ଏକ ପ୍ରତିନିଧି ଦଳ ଡିଏଫ୍ଓ କେନ୍ଦୁପତ୍ର ବିଭାଗଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି ।

Leave a Reply

Your email address will not be published. Required fields are marked *