ଫୁଲବାଣୀରେ ଦ୍ୱିତୀୟ ଲୋକ ଅଦାଲତ, ୬୧ଟି ପ୍ରାକ ମକଦ୍ଧମା ଓ ୩୭୫ ଟି ବିଚାରାଧିନ ମାମଲାର ଫଇସଲା

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟପୀର ମିଶ୍ରଙ୍କ ଅଦାଲତରେ ଆଜି ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୩ ଅନୁଷ୍ଠିତ ହୋଇଯାଇଛି ।

ପ୍ରାପ୍ତ ତଥ୍ୟରୁ ଜଣାପଡ଼ିଛିଯେ,ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୪୧ଟି ଅର୍ଥ ଅସୁଲି ମାମଲାରେ ୧୫ ଲକ୍ଷ ୮୭ ହଜାର ୯୮୬ ଟଙ୍କା ଆଦାୟ କରାଯାଇଥିବାବେଳେ,୨୦ ଗୋଟି ସ୍ଥାୟୀ ଲୋକ ଅଦାଲତକୁ ନେଇ ବିବାଦ ମାମଲାରେ ୮୩ ହଜାର ୧୯୬ ଟଙ୍କା ଆଦାୟ କରାଯାଇଛି ।

ସେହିପରି, ଅଦାଲତରେ ବିଚାରାଧୀନ ମାମଲା ମଧ୍ୟରୁ ୪ଗୋଟି ଅର୍ଥ ଅସୁଲି ମାମଲାର ବିଚାର କରାଯାଇ

୩ ଲକ୍ଷ ୬୭ ହଜାର ୫୯୭ ଟଙ୍କା ୮୭ ପଇସା ଆଦାୟ କରାଯାଇଥିବାବେଳେ, ୧୦ ଗୋଟି ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୧୮ଲକ୍ଷ ୩୭ ହଜାର ୫୦୦ଟଙ୍କା ଆଦାୟ କରାଯାଇଛି । ବିଜୁଳି ଓ ପାଣି ବିଲ୍ ମାମଲା ଇତ୍ୟାଦି ଜନଉପଯୋଗୀ ସେବା ସମ୍ପର୍କୀତ ୨ଗୋଟି ବିବାଦ ଫଇସଲା କରାଯାଇ ୯୬ ହଜାର ୮୧୧ ଟଙ୍କା ଆଦାୟ କରାଯାଇଥିବାବେଳେ ୧୦ ଗୋଟି ବୈବାହିକ ବିବାଦ ଫଇସଲା କରାଯାଇ ୧ ଲକ୍ଷ ୧୬ହଜାର ୬୦୦ଟଙ୍କା ଆଦାୟ କରାଯାଇଛି । ସେହିପରି, ୨୬୬ଟି ରାଜସ୍ୱ ମାମଲାର ବିଚାର କରାଯାଇ ୧୩ ହଜାର ୪୪୮ ଟଙ୍କା ଆଦାୟ କରାଯାଇଛି । ତେବେ ୪ଟି ଅପରାଧିକ କମ୍ପାଉଣ୍ଡେବଲ୍ ଓ ୨ଟି ଏନ୍‌.ଆଇ. ଆକ୍ଟ, ୧ଟି ସିଭିଲ୍ ଏବଂ ୭୬ଗୋଟି ଅନ୍ୟ ଅପରାଧିକ ମାମଲାର ଫଇସଲା କରାଯାଇଛି । ଆଜିର ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାକ୍ ମକଦ୍ଦମା ମାମଲାଗୁଡ଼ିକ ମଧ୍ୟରୁ ୬୧ଟି ମାମଲାର ଫଇସଲା କରାଯାଇଥିବାବେଳେ କୋର୍ଟରେ ବିଚାରାଧୀନ ଥିବା ମାମଲାଗୁଡ଼ିକ ମଧ୍ୟର ୩୭୫ଟି ମାମଲାର ଫଇସଲା କରାଯାଇଛି ।

Leave a Reply

Your email address will not be published. Required fields are marked *