ଠିକା ସଂସ୍ଥା ଦ୍ୱାରା ବେଆଇନ୍ ପଥର ବ୍ଲାଷ୍ଟିଂ ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବାଲିଗୁଡା ଥାନା ଅଂଚଳ ବୁଡ଼ାଗୁଡ଼ା ହାଟ ପଦା ନିକଟରେ ବେଆଇନ ପଥର ବ୍ଲାଷ୍ଟିଂରେ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସଂସ୍ଥାର ଧନ ସମ୍ପତି ନଷ୍ଟ ହୋଇଛି ।

ପ୍ରକାଶ ଯେ, ସିମନବାଡ଼ି ଠାରୁ ବୁଡ଼ାଗୁଡ଼ା ଦେଇ ବାଲିଗୁଡ଼ାକୁ ସଂଯୋଗୀକରଣ ରାସ୍ତା ସମ୍ପ୍ରସାରଣ ଚାଲିଛି । ପୂର୍ତ ବିଭାଗର ଏହି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟବେଳେ ଏକାଧିକ ସ୍ଥାନରେ ବିଶେଷ କରି ଘାଟି ରାସ୍ତାରେ ବଡ଼ ବଡ଼ ପଥରଗୁଡ଼ିକୁ ହଟାଇବା ପାଇଁ କାର୍ଯ୍ୟ ଚାଲୁଥିବାବେଳେ ଠିକା ସଂସ୍ଥା ପକ୍ଷରୁ ବେଆଇନ ଭାବେ ବ୍ଲାଷ୍ଟିଂ କରାଯାଉଛି । ଏଭଳି ସୋମବାର ସଂଧ୍ୟାରେ ବୁଡ଼ାଗୁଡାର ଆଦର୍ଶ ଅଙ୍ଗନବାଡ଼ି କେନ୍ଦ୍ର ସମ୍ମୁଖରେ ଦୁଇଟି ସ୍ଥାନରେ ପଥର ବ୍ଲାଷ୍ଟିଂ କରାଯାଇଥିଲା ଫଳରେ ବ୍ଲାଷ୍ଟିଂର ଶବ୍ଦ ଏତେ ଜୋରରେ ଥିଲା ଯେ ସ୍ଥାନୀୟ ଲୋକ ଆତଙ୍କିତ ହୋଇଯାଇଛନ୍ତି । ଏବଂ ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ ପଥରଗୁଡ଼ିକ ବିଂଚି ହୋଇପଡିବାରୁ ଏକାଧିକ ଲୋକଙ୍କ ଚାଷ ଜମି, କଦଳୀ ପାଇପ ଲାଇନ ଫାଟିବା ସହ ଖେଳ ପଡିଆରେ ଖଣ୍ଡ ବିଖଣ୍ଡିତ ପଥରଗୁଡିକ ବିଂଚି ହୋଇପଡିଛି ସେହିପରି ଅଙ୍ଗନବାଡିର ନବ ନିର୍ମିତ ପାଚେରୀ ନଷ୍ଟ ହୋଇଯାଇଛିି ସେ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ସେପଟେ ଘଟଣାକୁ ନେଇ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫ କହିଛନ୍ତି । ଯେ ଯେଉଁମାନେ ଏହି ବ୍ଲାଷ୍ଟିଂ କରାଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦାରିଙ୍ଗବାଡି ବିଡ଼ିଓ ଗଦାଧର ପାତ୍ର ।

Leave a Reply

Your email address will not be published. Required fields are marked *