୬ ଦଫା ଦାବିରେ ସମିତି ସଭ୍ୟାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Spread the love

କନ୍ଧମାଳ : କନ୍ଧମାଳ ଜିଲ୍ଲା ସମିତି ସଭ୍ୟ ସଂଘ ପକ୍ଷରୁ ସେମାନଙ୍କ ୬ ଦଫା ଦାବି ସମ୍ବଳିତ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କ ଜରିଆରେ ପ୍ରଦାନ କରାଯାଇଛି । ସଂଘ ପକ୍ଷରୁ ଆଜି ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେମାନେ ପ୍ରଦାନ କରିଥିବା ଦାବିପତ୍ର ରେ ସେମାନେ ଉଲ୍ଲେଖ କରିଛନ୍ତି କି ପଞ୍ଚାୟତ ନିର୍ବାଚନ ରେ ଜଣେ ସରପଞ୍ଚ ଯେମିତି ନିର୍ବାଚନ ଲଢ଼ି ନିର୍ବାଚିତ ହୋଇ ଆସୁଛି ସେହିଭଳି ଜଣେ ସମିତିସଭ୍ୟ ମଧ୍ୟ ନିର୍ବାଚିତ ହୋଇ ଆସୁଛନ୍ତି । ହେଲେ କେବଳ ବ୍ଲକ ଅଧ୍ୟକ୍ଷ ପଦବୀ ନିର୍ବାଚନ ପର୍ଯ୍ୟନ୍ତ ସମିତିସଭ୍ୟ/ସଭ୍ୟା ଙ୍କୁ ଗୁରୁତ୍ଵ ଦିଆଯାଉଛି, ଅଧ୍ୟକ୍ଷ ପଦବୀ ନିର୍ବାଚନ ଶେଷ ହୋଇଗଲା ପରେ ଆଉ କୌଣସି କାର୍ଯ୍ୟ କ୍ଷେତ୍ରରେ ସେମାନଙ୍କ ର ଅଂଚଳର କୌଣସି ଉନ୍ନୟନ କାର୍ଯ୍ୟ ରେ ସେମାନଙ୍କୁ ଗୁରୁତ୍ଵ ଦିଆଯାଉ ନାହିଁ । ବିଡ଼ିଓ ଠାରୁ ଆରମ୍ଭ କରି କୌଣସି ଅଧିକାରୀ ମଧ୍ୟ କୌଣସି ଗୁରୁତ୍ବ ଦେଉନାହାନ୍ତି । କନିଷ୍ଠ ଯନ୍ତ୍ରୀ ଆଉ ସହକାରୀ ଯନ୍ତ୍ରୀ ଙ୍କ କଥା କହିଲେ ସରିବ ନାହିଁ । କୌଣସି ଉନ୍ନୟନ ନିର୍ମାଣ କାର୍ଯ୍ୟରେ (ଲେ ଆଉଟ୍) ଦେଲାବେଳେ ସମିତିସଭ୍ୟ ମାନଙ୍କୁ ଜଣାଉନାହାନ୍ତି। ସମିତିସଭ୍ୟ/ସଭ୍ୟା ଙ୍କୁ ନିଜ ଅଧିକାରରୁ ବଞ୍ଚିତ ରଖାଯାଉଛି ବୋଲି ଅଭିଯୋଗ କରିଛି ସଂଘ । ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନେ ମଧ୍ଯ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି।ତେଣୁକରି ପଞ୍ଚାୟତରେ ସରପଞ୍ଚର ଯେମିତି ପ୍ରତି କାର୍ଯ୍ୟ କ୍ଷେତ୍ରରେ ସାମ୍ବିଧାନିକ ସୁପାରିସ କ୍ଷମତା ରହିଛି। ସେମିତି ସମିତିସଭ୍ୟ/ସଭ୍ୟା ମାନଙ୍କ ପାଇଁ ମଧ୍ଯ ସାମ୍ବିଧାନିକ ସୁପାରିସ କ୍ଷମତା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ କରିଛି ସଂଗଠନ ଏହା ସମେତ ସେମାନେ ପ୍ରଦାନ କରିଥିବା

ଦାବି ଗୁଡ଼ିକ ମଧ୍ୟରେ ସେମାନଙ୍କୁ ସରପଞ୍ଚ ଭଳି ସାମ୍ବିଧାନିକ ସୁପାରିଶ କ୍ଷମତା ପ୍ରଦାନ, ସରକାରଙ୍କ ଯେକୌଣସି ଉନନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତିସଭ୍ୟ\ସଭ୍ୟା ଙ୍କୁ ଦିଆଯିବା, ଉନ୍ନୟନ ମୂଳକ କାର୍ଯ୍ୟର ନିଷ୍ପତି ନେବା ପ୍ରକ୍ରିୟାରେ ସମିତିସଭ୍ୟଙ୍କୁ ସାମିଲ କରାଯିବା, ପ୍ରତି ପଞ୍ଚାୟତ କାର୍ଯ୍ୟାଳୟରେ ସମିତିସଭ୍ୟଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟାଳୟ ରଖାଯିବ ।   

ଉନ୍ନୟନ ମୂଳକ କାର୍ଯ୍ୟ ନିର୍ମାଣରେ (ଲେ ଆଉଟ୍) ଦେବାବେଳେ ସମିତିସଭ୍ୟଙ୍କୁ ସୁଚନା ପ୍ରଦାନ କରାଯିବା,ସେମାନଙ୍କ ର ଏସ୍ ଏଫ୍ ସି ସିଏଫ୍ଅସି ନୁଦାନରେ ୨୦ ପ୍ରତିଶତ ଅଧିକାର ଥିଲେ ସୁଦ୍ଧା ସେମାନଙ୍କୁ ଏହି ବାବଦରେ ଜଣାଉନାହାନ୍ତି ତେଣୁ ଏହା କାର୍ଯ୍ୟକାରୀ କରାଯିବ । ସେମାନେ ଅଧ୍ୟକ୍ଷଙ୍କୁ ଭୋଟଦେଇ ନିର୍ବାଚିତ କରୁଛନ୍ତି ସମିତିସଭ୍ୟ ଅନାସ୍ଥା ପ୍ରସ୍ଥାବରେ ସମିତିସଭ୍ୟ ସଭ୍ୟା ଙ୍କୁ କେବଳ ରଖାଯାଉ। ସରପଞ୍ଚ,ବିଧାୟକ,ସାଂସଦ ମାନଙ୍କୁ ଏହି ଆଇନରୁ ପ୍ରତ୍ୟାହାର କରାଯିବା,ସମିତିସଭ୍ୟ/ସଭ୍ୟା ଙ୍କ ମାସିକ ପେନସନ ୧୫ ହଜାର କୁ ବୃଦ୍ଧି କରାଯିବା ଭଳି ବିଭିନ୍ନ ଦାବିରେ ଏହି ଦାବିପତ୍ର ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *