କେଲାପଋାରେ ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା

Spread the love

କନ୍ଧମାଳ : ଫିରିଙ୍ଗିଆ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଂଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ୱିକୃତି ପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ରେ ଅଂଚଳର ମହିଳା ମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ ମହିଳା ଓ ଅଂଚଳର ଜନସାଧାରଣ କେଳାପଡା ପଂଚାୟତ କାର୍ଯ୍ୟାଳୟ ରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ଦୋକାନ ପାଖରେ ପହଂଚି ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ଏହି ମଦ ଦୋକାନ ପାଇଁ କେଳାପଡା ଅଂଚଳରେ ଦିର୍ଘଦିନ ଧରି ବିରୋଧ ଲାଗିରହିଥିବା ବେଳେ ମଦ ଦୋକାନ କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ଓ ନବିକରଣ ବନ୍ଦ କରିବା ପାଇଁ ପଂଚାୟତ କାର୍ଯ୍ୟାଳୟ ରେ ଏକ ସ୍ୱତନ୍ତ୍ର ଗ୍ରାମ ସଭା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଅଂଚଳର ମହିଳା ସଂଗଠନ ମାନଙ୍କ ସହ କେଳାପଡା ଓ ଭୃଙ୍ଗିଯୋଡି ପଂଚାୟତର ସରପଂଚ ମାନେ ମଧ୍ୟ ଅବକାରୀ ବିଭାଗ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବହୁବାର ଲିଖିତ ଭାବରେ ଜଣେଇଥିଲେ । ଏହା ସହ ଏହି ମଦ ଦୋକାନ କୁ ବନ୍ଦ କରିବା ପାଇଁ କେଳାପଡା ସରପଂଚ ଏକ ପିଟିସନ ମଧ୍ୟ ଦାୟାର କରିଥିଲେ । କିନ୍ତୁ କନ୍ଧମାଳ ଜିଲ୍ଲା ପ୍ରଶାସନ ଏହାକୁ ମଧ୍ୟ ବେଖାତିର କରିବା ସହ ଅଂଚଳ ର ଜଣେ ଆଦିବାସୀ ମହିଳା ସରପଂଚଙ୍କ ଅନୁରୋଧ ସହ ପଂଚାୟତରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ଗ୍ରାମ ସଭାର ରିପୋର୍ଟକୁ ମଧ୍ୟ ବେଖାତିର କରି ମଦ ଦୋକାନ ମାଲିକଙ୍କ ସହ ସଲାସୁତରା କରି ଲାଇସେନ୍ସକୁ ନବିକରଣ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ସରପଂଚ ସ୍ୱର୍ଣ୍ଣଲତା ପ୍ରଧାନ ଓ ଆନ୍ଦୋଳନକାରୀ ମହିଳାମାନେ । ଅନ୍ୟ ପଟେ ଆଗାମୀ ଦିନରେ ପ୍ରଶାସନ ଏହି ମଦ ଦୋକାନ କୁ ବନ୍ଦ ନ କରନ୍ତି ତାହାହେଲେ ଆନ୍ଦୋଳନକୁ ତୀବ୍ରତର କରିବା ସହ ଅଂଚଳର ମହିଳା ସଘଠନିକ ମାନେ ରାଜ ରାସ୍ତା କୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ଯଦି କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତାହା ହେଲେ ଜିଲା ପ୍ରଶାସନ ଦାୟୀ ରହିବେ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି । ତେବେ ଦିର୍ଘ ତିନି ବର୍ଷ ଧରି ଏହି ମଦ ଦୋକାନ ଟି କେଳାପଡା ଠାରୁ ଭୂଙ୍ଗିଯୋଡି ରାସ୍ତା ର ବୈରିକୁମ୍ପା ଠାରେ ଏହି ମଦ ଦୋକାନ ସ୍ଥାପନ କରାଯାଇଥିବା ବେଳେ ଏହି କନ୍ଧମାଳ ଜିଲ୍ଲା ନୁଆଗାଁ ବ୍ଲକ ସାରଙ୍ଗଡ ଗାଁ ର ସନ୍ତୋଷ ପାଣିଗ୍ରାହୀଙ୍କ ନା ରେ ରହିଛି । ମଦ ଦୋକାନ ହେବା ଦ୍ୱାରା ଅଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ବଢ଼ିବଢି ଚାଲିଥିବା ବେଳେ ସଡ଼କ ଦୁର୍ଘଟଣା, ଚୋରି, ରାହାଜାନୀ, ଡକାୟତି ଭଳି କାର୍ଯ୍ୟ କଳାପ ବଡ଼ି ବଡ଼ି ଚାଲିଛି ଜାହା ପାଇଁ ଯାହା ପାଇଁ ଏହି ମଦ ଦୋକାନ କୁ ନେଇ ସ୍ତାନୀୟ ଅଂଚଳରେ ଜନ ଅସନ୍ତୋଷ ଦେଖାଦେଇଛି ।

ଅନ୍ୟପଟେ ଏହି ଘଟଣାକୁ ବିଷୟ ରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷ ପ୍ରବୀର କୁମାର ସାମଲଙ୍କୁ ପଚାରିବାରୁ ପଂଚାୟତ କାର୍ଯ୍ୟାଳୟ ତରଫରୁ ଆସିଥିବା ଗ୍ରାମ ସଭା ରିପୋର୍ଟ କୋରମ ହୋଇନଥିବା ଯୋଗୁଁ ସମ୍ପୃକ୍ତ ମଦ ଦୋକାନ କୁ ପୁଣିଥରେ ସରକାର ନବିକରଣ ପାଇଁ ଆଦେଶ ଦେଇଥିବା କହିଛନ୍ତି । ତେବେ କେଳାପଡା ସରପଂଚ ସ୍ୱର୍ଣ୍ଣଲତା ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଏହି ଶାନ୍ତି ପୂର୍ଣ୍ଣ ଶୋଭା ଯାତ୍ରା ରେ କନ୍ଧମାଳ ଜିଲ୍ଲାର ଜିଲ୍ଲା ନିଶାମୁକ୍ତ ଅଭିଯାନର ଆବାହକ ସୁଧିର କୁମାର ସାହୁ, କେଳାପଡା ପଂଚାୟତର ସମିତି ସଭ୍ୟ ବୈରାଗୀ କହଁର,କୁଇ ନେତା ତଥା ପୂର୍ବତନ ସରପଂଚ ମହେଶ୍ୱର କହଁର, ସମାଜ ସେବୀ ଅକ୍ଷୟ କୁମାର ନାୟକ, ସମାଜ ସେବୀ ଭ୍ରମର ନାୟକ, କେଳାପଡା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ଦୁଃଖି ନାୟକ, ସାରଙ୍ଗଡ ପଂଚାୟତ ପୂର୍ବତନ ସରପଂଚ ତଥା କୁଇ ସମାଜ ସଭାପତି ଦିନବନ୍ଧୁ ପ୍ରଧାନ, କେଲାପଡା ଅଂଚଳର ଜଣା ଶୁଣା ସମାଜ ଶେବି ଇଶ୍ୱର ବେହେରା, ମହିଳା ମହା ସଂଘ ସମ୍ପାଦିକା ସୁଯୋତା କହଁର ଙ୍କ ସହ ଦୁଇ ଗୋଟି ପଂଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ଶହ ଶହ ମହିଳା ଓ ସ୍ଥାନୀୟ ଜନସାଧାରଣ ସାମିଲ ଥିଲେ । ଅନ୍ୟ ପଟେ କନ୍ଧମାଳ ଜିଲ୍ଲାପାଳଙ୍କ କେଳାପଡା ପଂଚାୟତ ପ୍ରତି ବୈମାତୃକ ମନୋଭାବ ଓ ଜଣେ ଆଦିବାସୀ ମହିଳା ସରପଂଚଙ୍କ ଅନୁରୋଧ ଓ ସ୍ୱତନ୍ତ୍ର ଗ୍ରାମ ସଭାରେ ପାସ ହୋଇଥିବା ପତ୍ର କୁ ବେଖାତିର କରିବା ଘଟଣାକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ଜନସାଧାରଣ ଓ ସ୍ଥାନୀୟ ଜନ ପ୍ରତିନିଧି । ଅନ୍ୟପଟେ ସୁରକ୍ଷା ଦୃଷ୍ଟି କୁ ଆଖି ଆଗରେ ରଖି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *