୨୦ ଦଫା ଦାବି ନେଇ ଆଶାକର୍ମୀଙ୍କ ସମାବେଶ

Spread the love

କେନ୍ଦ୍ରାପଡ଼ା : ନିଖିଳ ଓଡିଶା ଆଶାକର୍ମୀ ସଂଘ କେନ୍ଦ୍ରାପଡା ଜିଲ୍ଲା କମିଟି ତରଫରୁ ୨୦ ଦଫା ଦାବିନେଇ ଏକ ସମାବେଶ ଜିଲ୍ଲା କାର୍ଯ୍ୟାଳୟ ଅଗରେ ଅନୁଷ୍ଠିତ ହୋଇଯାଇଛି । ଏଆଇଟିୟୁସି ନେତୃତ୍ୱ ସାଥୀ ରମଣୀ ରଞ୍ଜନ ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ସମାବେଶ ରେ ଆଶାକର୍ମୀ ମାନେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଜରିଆରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରେରଣ କରିଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଂପାଦିକା କ୍ରାନ୍ତିପ୍ରଭା ନାୟକ, କବିତା ମନ୍ତ୍ରୀ, ରୀନାରାଣୀ ଦାସ, ସୁମିତ୍ରା ଜେନା, ସୁଷମା ଆଚାର୍ଯ୍ୟ, କବିତା ସାମଲ, ବିକାଶ ଚନ୍ଦ୍ର ବେହୁରା, ଭଜହରି ପ୍ରଧାନ, ସୀତାକାନ୍ତ ନାୟକ, ସଂଜୟ ବସନ୍ତିଆ, ନିରୁପମା ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *