ବହୁ ଚର୍ଚ୍ଚିତ ବିଭୁ ସାହୁ ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାଶ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳର ଏକ ଅପହରଣ ଓ ହତ୍ୟା ଘଟଣାରେ ମାର୍ଶାଘାଇ ପୋଲିସ ପର୍ଦ୍ଦାଫାର୍ସ କରିଥିବା ଜଣାପଡିଛି । ଚଳିତ ବର୍ଷ ମେ ମାସ ୩୧ ତାରିଖ ସଂନ୍ଧ୍ୟା ସମୟରେ ମାର୍ଶାଘାଇ ଥାନାର ହଳଦିଆ ଗାଁରେ ନିର୍ମାଣାଧୀନ ପାଣି ଟାଙ୍କି ନିକଟରୁ ପ୍ରତାପ ସାହୁ ଓ ରଫ ବିଭୁକୁ କେତେଜଣ ଯୁବକ ଅପହରଣ କରି ନେଇ ମହାକାଳପଡା ଅଞ୍ଚଳରେ ମଙ୍ଗଳପୁର ଗାଁରେ ଏକ ଇଟାଭାଟି ନିକଟରେ ମାରି ଦେଇଥିଲେ । ପରେ ମୃତ ଦେହକୁ ଅଭିଯୁକ୍ତ ମାନେ ଏକ କାରରେ ନେଇ ଯାଜପୁର ଜିଲ୍ଲା ଟମକା ଥାନା ଅଞ୍ଚଳରେ ଏକ କାଜୁ ଜଙ୍ଗଲରେ ପୋଡି ଦେଇଥିଲେ । ଏନେଇ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ପୁରୀ ଗୋପ ଥାନା ଅଞ୍ଚଳର ବନଗାଁର ମାଷ୍ଟର ଓରଫ ଅମିତ ପ୍ରଧାନ(୩୬), ମାର୍ଶାଘାଇ ଥାନା ଅଧିନ ବଡକୁଳ ଗାଁର ରାଜା ଓରଫ ରାଜକିଶୋର ଲେଙ୍କା (୨୪), ପାଟକୁରା ଥାନା ଅଧିନ ତାଳସଙ୍ଗା ଗାଁର ବୁବୁ ଓରଫ ଶୁଭକାନ୍ତ ବେହେରା(୩୧) ଓ କାନ୍ତ ଓରଫ କମଳାକାନ୍ତ ବେହେରା(୩୨) ସେହିପରି ସେଭ୍ରୋଲଟେ କାର ନଂ ଓଆର୦୫ଏଜେ୬୦୦୧ର ଚାଳକ ମାନସ/ଚଣ୍ଡିଆ ଓ ରଥ ହିରଣ୍ୟ ରାଉତ(୨୫), ମାର୍ଶାଘାଇ ଥାନା ଛନ୍ଦା ଗାଁର, ସେହିଭଳି କାର ଚାଳକ କୀଆ ସେଲଟସ କାର ନଂ-ଓଡି୦୨ବିଏସ୮୯୧୯ ର ଚାଳକ କୁନା ଓରଫ ସୁକାନ୍ତ ଦାସ(୩୧) ଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ଠାରୁ ୨ଟି କାର, ୩ଟି ବାଇକ, ୨ ଟି କୋଦାଳ ବେଣ୍ଟ ଓ ମୋବାଇଲ ଫୋନ ଜବତ କରିଛି । ଏନେଇ ଆଜି ମାର୍ଶାଘାଇ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଲନୀରେ ଏସପି ସନ୍ଦିପ ସମ୍ପଦ ମଡକର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଏନେଇ ମାର୍ଶାଘାଇ ଥାନା କେସ ନଂ ୩୩୬/୨୩ରେ ଧାରା ୧୨୦ବି/୩୦୨/୩୦୧ ଆଇପିସି ସେକସନ ୨୫/୨୭ ରେ ମାମଲା ରୁଜୁ କରାଯାଇ ୪ଟି ଟିମ ପୋଲିସ ବିଭୁ ଅପହରଣ ଘଟଣାର ତଦନ୍ତ କରୁଥିଲେ । ପୂର୍ବ ଶତୃତା ଓ ଗ୍ୟାଙ୍ଗ ଶତୃତା କାରଣରୁ ପ୍ରତିପତି ବଢାଇବା ପାଇଁ ବିଭୁକୁ ଅପହରଣ କରି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *