ସୁଶାନ୍ତ ସାର: ସମାଜ ପାଇଁ ଉଦାହରଣ

Spread the love

ମାଲକାନଗିରି: ଦୀର୍ଘ ବର୍ଷ ଚାକିରି ଜୀବନରେ ବହୁତ ପିଲାଙ୍କୁ ମଣିଷ କରିଥିବା ସୁଶାନ୍ତ ସାର ଅବସର ପରେ ମଧ୍ୟ ସମାଜ ପାଇଁ ନିଜକୁ ଉତ୍ସର୍ଗ କରିବେ ବୋଲି ସ୍ଥିର କରିଛନ୍ତି।   ଚାକିରିର ଶେଷ ଦିନରେ ସେ ରକ୍ତଦାନ କରିଥିଲେ ।  ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ସୁଅ ଛୁଟୁଛି।।           

ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଅନେକ । ଉଚିତ ଶିକ୍ଷାଦେବା ଏବଂ ଦେଶର ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକାରେ ଥାନ୍ତି ଶିକ୍ଷକ  ।   ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ବେଶ ଗୁରୁତ୍ବପୁର୍ଣ୍ଣ ।  ଉଚିତ ଶିକ୍ଷା ଦେଇ ଦେଶର ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି ଶିକ୍ଷକ ।  ମାଲକାନଗିରି ଜିଲ୍ଲାର ଏହିଭଳି ଜଣେ ଅନନ୍ୟ ଶିକ୍ଷକ ସୁଶାନ୍ତ କୁମାର ସାହୁ। ଯାହାଙ୍କ ବଳିଦାନ ପ୍ରକୃତରେ ପ୍ରଶଂସନୀୟ । ଦୀର୍ଘ ବର୍ଷ ଚାକିରି ଜୀବନରେ ବହୁତ ପିଲାଙ୍କୁ ମଣିଷ କରିଛନ୍ତି । ଚାକିରିର ଶେଷ ଦିନରେ ସେ ରକ୍ତଦାନ କରିଛନ୍ତି । କଟକ ଜିଲ୍ଲା ବାସୁଦେବପୁରର ମୂଳବାସିନ୍ଦା ସୁଶାନ୍ତ  1996 ମସିହାରେ ମାଲକାନଗିରି ଜିଲ୍ଲାରେ ନିଜର ଶିକ୍ଷକତା ଆରମ୍ଭ କରିଥିଲେ।

ଏବେ ଜିଲ୍ଲାର ଫୁଲଗୁଡା ବିଦ୍ୟାଳୟରେ ଅବସର ନେଉଛନ୍ତି। ଅଵସର ଶେଷ ଦିନରେ ସେ ନିଜ ଶରୀରକୁ ଦାନ କରିଛନ୍ତି । ମୃତ୍ୟୁପରେ ଆବଶ୍ୟକ ରହିଥିବା ଅନ୍ୟର ଜୀବନ ବଞ୍ଚାଇବା ପରେ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ତାଙ୍କ ଶରୀର କାର୍ଯ୍ୟରେ ଆସିବ। ପିଲାଟି ବେଳୁ ସେ ବ୍ରହ୍ମଚର୍ଯ୍ୟ ଗ୍ରହଣ କରି ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ନିଜର ଛୁଆ ଭାବରେ ମାନିନେଇଥିଲେ । ଆଉ ମୃତ୍ୟୁ ପରେ ବି ତାଙ୍କର ଶରୀର କାର୍ଯ୍ୟରେ ଆସି ପିଲା ପାଠ ପଢିବେ ବୋଲି କହିଛନ୍ତି । ସୁଶାନ୍ତ ସାରଙ୍କ ଏହି ଭଳି ଉତ୍ସର୍ଗୀକୃତ ବଳିଦାନ କୁ ବୁଦ୍ଧି ଯିବି ମହଲରେ ପ୍ରଂଶାସା କରାଯାଇଛି।।                  

 ଚାକିରିରୁ ଅବସର ପରେ ବାକି ଜୀବନ ସେ ସମାଜ ପାଇଁ କାମ କରିବେ ବୋଲି ନିଶ୍ଚିତ କରିଛନ୍ତି । । ତାଙ୍କର ଏହି ତ୍ୟାଗ ନେଇ ବିଭିନ୍ନ ମହଲରୁ ପ୍ରଂଶସାର ସୁଅ ଛୁଟୁଛି। ଜୀବନ ସାରା ଶିକ୍ଷାଦାନ  ଓ ଶରୀର ଦାନ କରି ତ୍ୟାଗର ମୂଲ୍ୟ ବୁଝାଇଛନ୍ତି ସୁଶାନ୍ତ ସାର ।

ସନ୍ତୋଷ ନାଗଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *