ପୌରାଞ୍ଚଳରେ ବିଜେପିର ମହା ଜନସମ୍ପର୍କ ଅଭିଯାନ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୭ରେ ବିଜେପିର ମହା ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୯ ବର୍ଷ ପୁର୍ତି ଅବସରରେ ବିଜେପି ତରଫରୁ ଏହି ମହା ଜନସମ୍ପର୍କ ଅଭିଯାନ କରାଯାଇଛି । ବିଜେପିର ସ୍ଥାନୀୟ ନେତା ଓ କର୍ମୀ ଘର ଘର ବୁଲି ନରେନ୍ଦ୍ର ମୋଦିଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ । ୱାର୍ଡ ନଂ. ୭ର ମହିଳା ନେତ୍ରୀ ସୁଚୀସ୍ମିତା ବସନ୍ତିଆଙ୍କ ନେତୃତ୍ୱରେ ବିଜେପି ରାଜ୍ୟ କାର୍ଯ୍ୟ କରିଣୀ ସଦସ୍ୟ ସୁନାକର ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତଙ୍କ ସମେତ ପ୍ରିୟଦର୍ଶନୀ ନନ୍ଦ, ପ୍ରଶାନ୍ତ ସେଠୀ, ବିଶ୍ୱକାନ୍ତ ନନ୍ଦ, ନାରାୟଣ ପ୍ରସାଦ ସିଂହ, ବନ୍ଦନାରାଣୀ ରାଉତରାୟଙ୍କ ସମେତ ବହୁ ନେତା ଓ କର୍ମୀ ଘର ଘର ବୁଲି ମୋଦିଜୀଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published. Required fields are marked *