ଆନ୍ତର୍ଜାତୀୟ ସେବିକା ଦିବସ ପାଳନ

Spread the love

କେନ୍ଦ୍ରାପଡ଼ା : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତୀୟ ସେବିକା ଦିବସ ପାଳନ ହୋଇଯାଇଛି । ଆନ୍ତର୍ଜାତୀୟ ଖ୍ୟାତିନାମା ସେବିକା ଫ୍ଲୋରେନ୍ସ ଆଙ୍ଗେଲଙ୍କ ୨୦ ତମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅନିତା ପଟ୍ଟନାୟକଙ୍କ ସଭାପତିତ୍ୱରେ ଡାକ୍ତର ମିର୍ଜା ବାବର ବେଗ, ଡିପିଏମ୍ ଗୀତାଞ୍ଜଳୀ ଦାଶ, କୃଷ୍ ଚନ୍ଦ୍ର ଲୋହାଙ୍କ ସମେତ ସମସ୍ତ ନର୍ସିଂ ଛାତ୍ରୀ ଉପସ୍ଥିତ ରହି ଆନ୍ତର୍ଜାତୀୟ ଖ୍ୟାତିନାମା ସେବିକା ଫ୍ଲୋରେନ୍ସ ନାଇଟ୍‌ଙ୍ଗେଲଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ରୋଗୀମାନଙ୍କୁ ଉତମ ବ୍ୟବହାର ଦେଖାଇବା ସହିତ ହାତରେ ଲଣ୍ଠନ ଧରି ସେବା ମନୋବୃତିକୁ ମନେ ପକାଇବା ସହିତ ତାଙ୍କ ସେବା ପ୍ରତି ସମ୍ମାନ ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶୁଭସ୍ମିତା ମହାନ୍ତି, ତୁଳସୀ ବେହେରା, ଇତିଶ୍ରୀ ଦାସ(ଏ), ରଶ୍ମିରାଣୀ ରାଉତ, ରୋଜାଲିନୀ ସ୍ୱାଇଁ ପ୍ରମୁଖ ନର୍ସିଂ ଛାତ୍ରୀ ସହ ଯୋଗ କରିବା ସହିତ ଏହି କାର୍ଯ୍ୟକ୍ରମରେ ସ୍‌ଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା ।

Leave a Reply

Your email address will not be published. Required fields are marked *