ମହାନ୍ କ୍ରାନ୍ତିକାରୀ ଜନ ନାୟକ ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳନ

Spread the love

କେନ୍ଦ୍ରାପଡ଼ା : ମହାନ ଦେଶଭକ୍ତ କ୍ରାନ୍ତିକାରୀ ତଥା ସ୍ୱାଧିନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକର ଙ୍କ ଜୟନ୍ତୀ ପାଳନ କେନ୍ଦ୍ରାପଡାରେ ଅନୁଷ୍ଠିତ ହୋଇଯାଇଛି । ଜୟରାଷ୍ଟ୍ର ସଂଗଠନ ପକ୍ଷରୁ ଜିଲ୍ଲାରେ ପ୍ରଥମଥର କରି ଶ୍ରୀ ସାଭରକରଙ୍କ ୧୪୦ ତମ ଜୟନ୍ତୀ ସ୍ଥାନୀୟ ପବ୍ଲିକ ରିଡିଂ ରୁମ ପରିସରରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସମାଜସେବୀ ଜ୍ୟୋତିରଞ୍ଜନ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଜୟରାଷ୍ଟ୍ର ସଂଗଠନର ଆବାହକ ବରିଷ୍ଠ ସାମ୍ବାଦିକ ମାତୃଦତ ମହାନ୍ତି ଜୟନ୍ତୀ ପାଳନର ପୃଷ୍ଠଭୁମୀ ଓ ଆବଶ୍ୟକତା ଉପରେ ସୂଚନା ପ୍ରଦାନ କରିଥିଲେ । ଯୁବ ମଂଚ ପରିଚାଳକ ଉମାକାନ୍ତ ଜେନା ଅତିଥି ପରିଚୟ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଇଂ ଭବାନୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୀର ସାଭରକର ଙ୍କର ଜୀବନୀ, ରାଜନୈତିକ ଦର୍ଶନ, ସ୍ୱାଧିନତା ସଂଗ୍ରାମର ଯୋଗଦାନ, ସଶସ୍ତ୍ର ସଂଗ୍ରାମର ପୃଷ୍ଠଭୂମୀ ତଥା ହିନ୍ଦୁ ରାଷ୍ଟ୍ର ପରିକଳ୍ପନାର ଐତିହାସିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅବସର ପ୍ରାପ୍ତ ନୈାସେନା ଅଧିକାରୀ ପ୍ରମୋଦ ଧଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଜିର ଯୁବ ସମାଜ ସାଭରକର ଙ୍କ ମତ ଓ ଆଦର୍ଶ ପ୍ରତି ଅନୁପ୍ରାଣୀତ ହେବା ଉଚିତ୍ ବୋଲି ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ଯୁବ ସାମ୍ବାଦିକ ସୁଶାନ୍ତ ନାୟକ ଓ ବିଭୂତି ଭୂଷଣ କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *