ଚୋରା ମଦ ବ୍ୟବସାୟକୁ ବିରୋଧ ଅଭିଯୋଗ

Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା କୁଦାନଗରୀ ଫାଣ୍ଡି ଅନ୍ତର୍ଗତ ବେହୁଳ ଗ୍ରାମରେ ଜନୈକ ବ୍ୟକ୍ତି ଚୋରା ମଦ ବିକ୍ରି କରୁଥିବାରୁ ସ୍ଥାନୀୟ ଅଂଚଳର ମହିଳା, ସ୍କୁଲ  କଲେଜ ଛାତ୍ରଛାତ୍ରୀମାନେ ମଦୁଆଙ୍କ ଆକ୍ରୋଷର ଶୀକାର ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳାମାନେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ ଯେ, ବେହୁଳ ଗ୍ରାମର ରମେଶ ମାହାଳି ସେଠାରେ ଚୋରା ମଦ ବିକ୍ରି କରୁଥିବାରୁ ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ମାନେ ଏହାକୁ ବିରୋଧ କରିବାରୁ ମାହାଳି ମହିଳା ମାନଙ୍କୁ ଧମକ ଚମକ ଦେବାସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ମଙ୍ଗଳବାର ଉପ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଅଭିଯୋଗ କରିଛନ୍ତି । କୁଦାନଗରୀ ଥାନା ଅଧିକାରୀ ଏ ବିଷୟରେ କୈାଣସି ପଦକ୍ଷେପ ନ ନେବାରୁ ଏହି ମହିଳା ମାନେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ଗରଦପୁର ତହସିଲ, ଅବକାରୀ ଅଧିକ୍ଷକ ଏବଂ ୫-ଟି ସଚିବଙ୍କୁ ଗ୍ରାମରେ ଚୋରା ମଦ ବ୍ୟବସାୟକୁ ବନ୍ଦ କରିବା ସହିତ ଅଭିଯୁକ୍ତକୁ ଧରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *